fbpx

ସାହିନାବାଗ ଅଞ୍ଚଳରେ ଫୁଟିଲା ଗୁଳି

ନୂଆଦିଲ୍ଲୀ, ୧ା୨: ନୂଆଦିଲ୍ଲୀ ସ୍ଥିତ ସାହିନାବାଗ ଅଞ୍ଚଳରେ ଗୁଳି ଫୁଟିଥିବା ସୂଚନା ମିଳିଛି । ଗୁଳି ଚଳାଇଥିବା ବ୍ୟକ୍ତି ଜଣକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣକ ସାହିନବାଗରେ ଫାଙ୍କା ଗୁଳି ଚାଳନା କରିଥିଲେ । ନାଗରିକତା ଆଇନ ବିରୋଧରେ ସାହିନବାଗରେ ପ୍ରତିବାଦ ଚାଲିଛି । ଦେଢ଼ମାସରୁ ଅଧିକ ସମୟ ଧରି ଧାରଣାରେ ପ୍ରତିବାଦକାରୀ ବସିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟକ୍ତି ଜଣକ କାହିଁକି ଫାଙ୍କା ଗୁଳି ଚାଳନା କରିଥିଲେ ଏବଂ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

Get real time updates directly on you device, subscribe now.