fbpx

କଣ ଏହି ଅକ୍ସିଜେନ୍ କନସେନଟ୍ରେଟର୍ ? କରୋନା ଆକ୍ରାନ୍ତଙ୍କ ପାଇଁ ଏହା କେତେ ଉପଯୋଗୀ ? ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର

ଦେଶରେ କରୋନା ମହାମାରୀର ଆତଙ୍କ ଥିବାବେଳେ ମେଡିକାଲ୍ ଅକ୍ସିଜେନର ଅଭାବ ଦେଖାଦେଇଛି । ଅକ୍ସିଜେନ୍ ର ଅଭାବ ଫଳରେ ଅନେକ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡୁଛନ୍ତି । ଅନେକ ସ୍ଥାନରେ ଅକ୍ସିଜେନ୍ ସିଲିଣ୍ଡରକୁ ନେଇ କଳାବଜାରୀ ମଧ୍ୟ ଆରମ୍ଭ ହୋଇଗଲାଣି । ଏହି ପରିସ୍ଥିତିରେ ଅକ୍ସିଜେନ୍ କନସେନଟ୍ରେଟର୍ ହେଉଛି ଏକାମାତ୍ର ବାଟ ଯଦ୍ୱାରା ଲୋକଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନ୍ ଯୋଗାଯାଇ ପାରିବ । ତେବେ କଣ ଏହି ଅକ୍ସିଜେନ କନସେନଟ୍ରେଟର୍ ? କଣ ଏହା କରୋନା ଆକ୍ରାନ୍ତଙ୍କ ମାନଙ୍କ ଉପଯୋଗୀ ? ଏହାକୁ କିଣିବା ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ? ଏସବୁ ବିଷୟରେ ଚାଲନ୍ତୁ ଜାଣିବା ।
୧. କଣ ଏହି ଅକ୍ସିଜେନ୍ କନସେନଟ୍ରେଟର୍ ?
ଅକ୍ସିଜେନ୍ କନସେନଟ୍ରେଟର୍ ଏକ ଏଭଳି ଉପକରଣ ଯାହା ବାୟୁମଣ୍ଡଳରୁ ଅକ୍ସିଜେନକୁ ଅଲଗା କରି ତାକୁ ସପ୍ଲାଏ କରେ । ବଜାରରେ ଅନେକ କମ୍ପାନୀର ଅକ୍ସିଜେନ୍ କନସେନଟ୍ରେଟର୍ ଉପଲବ୍ଧ ରହିଛି । ସେସବୁ ହେଲା; ଫିଲିପ୍ସ, ଇନୋଜେନ୍, ଏୟରସେପ୍ ଇତ୍ୟାଦି ।
୨. କଣ ଅକ୍ସିଜେନ୍ କନସେନଟ୍ରେଟରକୁ ଘରେ ରଖାଯାଇ ପାରିବ ?
ହଁ, ଆପଣ ମାନେ ନିଜ ଘରେ ମଧ୍ୟ ଏହାକୁ ରଖିପାରିବେ । ଏହା ଘରେ ରଖି ବ୍ୟବହାର କରି ହେବ । ଏହାକୁ ବାରମ୍ବାର ରିଫିଲ୍ କରିବାକୁ ପଡେନାହିଁ । ଏଥିସହିତ ଏହାକୁ ବ୍ୟବହାର କରିବାପାଇଁ ଦ୍ୱିତୀୟ କୌଣସି ଡିଭାଇଜ୍ ର ଆବଶ୍ୟତକା ପଡେ ନାହିଁ ।
୩. କେଉଁ ପ୍ରକାରର ରୋଗୀଙ୍କ ପାଇଁ ଉପଯୋଗୀ ?
ଅକ୍ସିଜେନ୍ କନସେନଟ୍ରେଟର୍ ଗୁରୁତର ରୋଗୀଙ୍କ ପାଇଁ ଉପଯୁକ୍ତ ନୁହେଁ । କାରଣ ସେମାନଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନ୍ ସପ୍ଲାଏ କରିବାକୁ ପଡିଥାଏ । ଏହା କେବଳ ସେହି ରୋଗୀ ମାନଙ୍କ ପାଇଁ ଲାଭଦାୟକ ଯେଉଁ ମାନଙ୍କର ଅକ୍ସିଜେନ୍ ଲେବଲ୍ ୯୪ ଏବଂ ୯୦ ରେ ରହିଥାଏ । ଯଦି କୌଣସି ସମୟରେ ଅକ୍ସିଜେନ୍ ସିଲିଣ୍ଡର ନ ମିଳେ ତେବେ ଏହାକୁ ୮୫ ଲେବଲ୍ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରେ । ହେଲେ ଯଦି ଅକ୍ସିଜେନ୍ ଲେବଲ୍ ୮୫ରୁ କମ୍ ହୋଇଥାଏ ତେବେ ଏହାକୁ ବ୍ୟବହାର କରିବାରେ ଫାଇଦା ମିଳିନଥାଏ । ସେତେବେଳେ ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ପଡିଥାଏ ।
୪. ୧ ମିନିଟରେ କେତେ ଅକ୍ସିଜେନ୍ ଦେଇଥାଏ ଏହି କନସେନଟ୍ରେଟର୍ ?
ଅକ୍ସିଜେନ୍ କନସେନଟ୍ରେଟର୍ ଅଲଗା ଅଲଗା କ୍ଷମତାଯୁକ୍ତ ହୋଇଥାଏ । ଏହା ୩, ୫, ୮ ଏବଂ ୧୦ ଲିଟର୍ ରେଞ୍ଜ ଭିତରେ ପ୍ରତି ୧ ମିନିଟରେ ଉବଲବ୍ଧ ହୋଇଥାଏ । ସବୁଠାରୁ ବ୍ୟବହାର କରାଯାଉଥିବା ଅକ୍ସିଜେନ୍ କନସେନଟ୍ରେଟର୍ ରେ ସାଧାରଣତଃ ୩ ରୁ ୫ ଲିଟର୍ ପ୍ରତି ମିନିଟ୍ ରେ ଅକ୍ସିଜେନ୍ ଦେଇଥାଏ ।
୫. ଅକ୍ସିଜେନ୍ କନସେନଟ୍ରେଟର୍ କିଣିବା ସମୟରେ କେଉଁ କେଉଁ ଦିଗରେ ବିଶେଷ ଧ୍ୟାନ ଦିଆଯିବା ଦରକାର ?
ଅକ୍ସିଜେନ୍ କନସେନଟ୍ରେଟର୍ କିଣିବା ସମୟରେ ଫ୍ଲୋ ରେଟକୁ ଧ୍ୟାନ ଦେବା ଦରକାର ଏବଂ ୧ ମିନିଟ୍ ରେ କେତେ ଅକ୍ସିଜେନ୍ ଦିଏ ତାକୁ ମଧ୍ୟ ଦେଖିବା ଜରୁରୀ । ୫ ଏଲପିଏମପି ଯୁକ୍ତ କନସେନଟ୍ରେଟର୍ ଭଲ ରହିଥାଏ । ଏଥିସହିତ ଅକ୍ସିଜେନ୍ କନସେନଟ୍ରେଟରର ଓଜନ କମ୍ ଥିବା ଆବଶ୍ୟକ ଯାହା ଫଳରେ ଏହାକୁ କୌଣସି ସ୍ଥାନକୁ ଆରାମ୍ ରେ ନେଇ ଯାଇହେବ । ଏଥିସହ ଇନଭର୍ଟର୍ ରେ ଚାଲି ପାରିବା ଭଳି ଅକ୍ସିଜେନ୍ କନସେନଟ୍ରେଟର୍ କିଣିବା ଭଲ ହୋଇଥାଏ ।
୬. ଭାରତରେ ଅକ୍ସିଜେନ୍ କନସେନଟ୍ରେଟର୍ ର ଦାମ୍ କେତେ ?
କ୍ଷମତା ଅନୁଯାୟୀ ଅକ୍ସିଜେନ୍ କନସେନଟ୍ରେଟର୍ ର ମୁଲ୍ୟ ଧାର୍ଯ୍ୟ କରାଯାଇଥାଏ । ୫ ଏଲପିଏମ୍ କ୍ଷମତାର କନସେନଟ୍ରେଟର୍ ୪୦ ରୁ ୬୦ ହଜାର ଟଙ୍କାରେ ଉପଲବ୍ଧ ହୋଇଥାଏ । ୧୦ ଏଲପିଏମ୍ ର କନସେନଟ୍ରେଟର୍ କୁ କମ୍ ଅକ୍ସିଜେନ୍ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯାଇଥାଏ । ଏହାର ମୁଲ୍ୟ ୧.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

Get real time updates directly on you device, subscribe now.