fbpx

ଦିନକରେ ୩.୯୨ ଲକ୍ଷ ପଜିଟିଭ୍ ଚିହ୍ନଟ, ଚାଲିଗଲା ୩୬୮୯ ଜୀବନ

ନୂଆଦିଲ୍ଲୀ,୨ ।୫: ଦେଶରେ କରୋନା ପଜିଟିଭ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଗତ ୨୪ ଘଣ୍ଟାରେ ୩ ହଜାର ୬୮୯ ଜୀବନ ନେଇଛି କରୋନା । ଏହି କ୍ରମରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୫ ହଜାର ୫୪୨କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ ୩ ଲକ୍ଷ ୯୨ ହଜାର ୪୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭କୁ ବୃଦ୍ଧି ପାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୩ ଲକ୍ଷ ୪୯ ହଜାର ୬୪୪ କରୋନା ରୋଗୀ ଏବେ ବି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କାଲି ସୁଦ୍ଧା ୧୫ କୋଟି ୬୮ ଲକ୍ଷ ୧୬ ହଜାର ୩୧ ଜଣ ଟିକା ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲୃାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.