fbpx

୩୫ ହଜାରରେ ବିକ୍ରି କରୁଥିଲେ ନକଲି ରେମଡେସିଭିର: ଗିରଫ ହେଲେ ୨ ଯୁବକ

ନୂଆଦିଲ୍ଲୀ, ୨ା୫: କରୋନା ସମୟରେ କଳାବଜାରୀ ଘଟଣା ବଢ଼ି ଚାଲିଛି । ନକଲି ରେମଡେସିଭିର ବିକ୍ରି କରି ଗିରଫ ହୋଇଛନ୍ତି ଦୁଇଜଣ ଯୁବକ । ପୋଲିସ ଦୁଇଜଣଙ୍କ ଠାରୁ ୧୭ ରେଡେସିଭିର ଇଞ୍ଜେକସନ ଜବତ କରିଛି । ଜବତ ରେମଡେସିଭିର ଇଞ୍ଜେକସନକୁ ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା ।

ସୂଚନା ଅନୁଯାୟୀ, ଦିଲ୍ଲୀର ଶାହଦରା ଅଞ୍ଚଳରେ ଏହି ଘଟଣା ଘଟିଛି । ଏମାନେ ରେମଡେସିଭିର ଇଞ୍ଜେକସନକୁ ୩୫ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ନାମ ଅଂଶୁମାନ ଓ କାର୍ତ୍ତିକ ବୋଲି ଜଣାପଡ଼ିଛି । ଯୁବକ ଦ୍ୱୟ ଏକ ହୋଣ୍ଡା ସିଟି କାରରେ ନକଲି ରେମଡେସିଭିର ବିକ୍ରି କରିବାକୁ ଯିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ ।

Get real time updates directly on you device, subscribe now.