fbpx

ଅକ୍ସିଜେନ ଅଭାବରୁ ହାହାକାର: ପୁଣି ୧୯ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୫ା୫: ବର୍ତ୍ତମାନ ସମଗ୍ର ଦେଶରେ ଅକ୍ସିଜେନ ଅଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତାମିଲନାଡ଼ୁର ଚେଙ୍ଗଲପଟ୍ଟୁ ଅଞ୍ଚଳରେ ଗତକାଲି ରାତିରେ ଅକ୍ସିଜେନ ଅଭାବରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଚେଙ୍ଗଲପଟ୍ଟୁରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ୫୦୦ କରୋନା ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମାତ୍ର ୪ ଘଣ୍ଟା ମଧ୍ୟରେ ଏହି ରୋଗୀମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଅକ୍ସିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ମୃତକଙ୍କ ପରିଜନ ଅଭିଯୋଗ କରିଛନ୍ତି ।

ସେହିପରି ଆନ୍ଧ୍ରପ୍ରଦେଶର ଅନନ୍ତପୁର ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ରୋଗୀଙ୍କର ମୃତ୍ୟୁ ଘଟିଛି । ଗତ ସୋମବାର ବିଳମ୍ବିତ ରାତିରେ ଅକ୍ସିଜେନ ସମସ୍ୟା ଦେଖାଦେବାରୁ ରୋଗୀମାନେ ପ୍ରାଣ ହରାଇଥିଲେ । କର୍ଣ୍ଣାକଟର ହୁବଲିରେ ମଧ୍ୟ ୫ ଜଣ କରୋନା ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡ଼ିଛି । ମୃତକଙ୍କ ପରିଜନ ଅକ୍ସିଜେନ ଅଭାବରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ କରୁଥିବା ବେଳେ ଅକ୍ସିଜେନ ସପ୍ଲାଇ ଠିକ ଭାବେ ଚାଲିଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.