fbpx

ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ପଳାତକ ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତକୁ ଫେରେଇଆଣିବା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆଲୋଚନା କରିଛନ୍ତି । ଏନେଇ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଥିବା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅର୍ଥ ମାମଲାରେ ଘୋଟଲା କରିଥିବା ଦୁଇ ଅପରାଧିଙ୍କୁ ତୁରନ୍ତ ଭାରତକୁ ଫେରେଇ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଅନୁଷ୍ଠିତ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ଗୁରୁତ୍ତ୍ୱାରୋପ କରି ଇଂଲଣ୍ଡର୍‌ର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ଙ୍କୁ କହିଥିଲେ।‌ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି ଯେ , ଅର୍ଥନୈତିକ ଅପରାଧୀମାନଙ୍କୁ ପ୍ରତ୍ୟର୍ପଣ କରାଯିବା ନିମନ୍ତେ ଯାହା କିଛି ସମ୍ଭବ ଇଂଲଣ୍ଡ୍‌ର ସରକାରୀଙ୍କ ପକ୍ଷରୁ ସେ ସବୁ କରାଯିବ ବୋଲି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି।

ଇଂଲଣ୍ଡ୍‌ର ଅପରାଧିକ ବିଚାର ବ୍ୟବସ୍ଥା ଯୋଗୁଁ କେତେକ ଆଇନଗତ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି । ହେଲେ ସେ ଏ ପ୍ରସଙ୍ଗରେ ବିଷୟରେ ସଚେତନ ଅଛନ୍ତି। ଯଥା ଶୀଘ୍ର ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପ୍ରତ୍ୟର୍ପଣ ଲାଗି ବ୍ୟବସ୍ଥା କରାଯିବ।ସୂଚନା ଅନୁସାରେ , ୨୦୧୬ ମାର୍ଚରୁ ବିଜୟ ମାଲ୍ୟା ଇଂଲଣ୍ଡ୍‌ରେ ଅବସ୍ଥାନ କରୁଛନ୍ତି। ସ୍କଟ୍‌ଲାଣ୍ଡ୍‌ ୟାଡ୍‌ ତିନି ବର୍ଷ ତଳେ ତାଙ୍କ ନାଁରେ ପ୍ରତ୍ୟର୍ପଣ ପରୱାନା ଜାରି କରିଥିଲେ ମଧ୍ୟ ତାଙ୍କୁ ଜାମିନ ମିଳିଯାଇଛି । ସେହିଭଳି, ୨ ବିଲିୟନ୍‌ ଡଲାର୍‌ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଆର୍ଥିକ ଦୁର୍ନୀତିରେ ସମ୍ପୃକ୍ତ ହୀରା ବ୍ୟବସାୟୀ ମଧ୍ୟ ସମ୍ପ୍ରତି ଇଂଲଣ୍ଡ୍‌ରେ ରହୁଛନ୍ତି। ଉଭୟ ଆର୍ଥିକ ଅପରାଧି ବେଆଇନ ଭାବେ ଇଂଲଣ୍ଡ୍‌ରେ ବାସ କରୁଛନ୍ତି।

Get real time updates directly on you device, subscribe now.