fbpx

ପିତା ସାଜିଲେ ପିଶାଚ: ୨ ବର୍ଷର ପୁତ୍ରକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରି ଭ୍ରମଣ କଲେ ଦେଶ

ବେଜିଂ, ୫ା୫: କୁହାଯାଏ ଏ ଦୁନିଆଁରେ ପିତାମାତାଙ୍କର ବିକଳ୍ପ ନାହିଁ । ମାତ୍ର ଏହି ଉକ୍ତିଟି ଭୁଲ ବୋଲି ପ୍ରମାଣିତ ହୋଇଛି । ଜଣେ ପିତା ମଧ୍ୟ ରାକ୍ଷସ ସାଜିବାର ଜ୍ୱଳନ୍ତ ଉଦାହରଣ ମିଳିଛି ଚାଇନାର ଜେଜିଆଙ୍ଗରେ । ଜଣେ ବ୍ୟକ୍ତି ତାଙ୍କର ୨ ବର୍ଷର ପୁତ୍ରକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି । ଏଥିସହ ସେ ଉକ୍ତ ଟଙ୍କାରେ ଦେଶ ପରିଭ୍ରମଣ କରିଥିବା ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ନିଜର ଦ୍ୱିତୀୟ ପତ୍ନୀଙ୍କ ସହ ଅଧିକାଂଶ ସମୟ ଝଗଡ଼ା କରୁଥିଲେ । ଏହାସହ ବ୍ୟକ୍ତିଜଣକ ନିଜ ପୁତ୍ରର ଲାଳନପାଳନ ଚାପରୁ ମୁକ୍ତି ପାଇବା ପାଇଁ ବିକ୍ରି କରିଦେଇଥିଲେ । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଜିଆଙ୍ଗସୁ ପ୍ରଦେଶର ଏକ ସନ୍ତାନହୀନ ଦମ୍ପତ୍ତିଙ୍କୁ ବ୍ୟକ୍ତିଜଣକ ତାଙ୍କ ପୁତ୍ରକୁ ବିକ୍ରି କରିଥିଲେ । ବିକ୍ରି ଅର୍ଥରେ ନିଜର ପତ୍ନୀ ସହ ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ । ତେବେ ପୋଲିସ ୨ ବର୍ଷର ବାଳକଙ୍କୁ ଉଦ୍ଧାର କରି ତା’ର ମାମୁଁଙ୍କ ନିକଟରେ ଛାଡ଼ିବା ସହ ଅଭିଯୁକ୍ତ ଦମ୍ପତ୍ତିଙ୍କ ବିରୋଧରେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.