fbpx

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା, ୫ା୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ମମତା ବାନାର୍ଜୀ ଶପଥ ଗ୍ରହଣ କରିବେ । ଅନ୍ୟ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଆସନ୍ତା ୬ ଓ ୭ ତାରିଖ ଦିନ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ନିମନ୍ତେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଦିଲ୍ଲୀପ ଘୋଷ ଏହି ଉତ୍ସବରେ ଯୋଗଦେବା ନିମନ୍ତେ ମନା କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହୋଇଥିଲା । ପଶ୍ଚିମବଙ୍ଗରେ ଟିଏମସି, କେରଳରେ ଏଲଡିଏଫ ଓ ଆସାମରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଧାୟକମାନେ ମମତାଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ଭାବେ ନିର୍ବାଚିତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.