fbpx

ଓଡ଼ିଶାରେ ଆଜିଠୁ ଲାଗିଲା ଲକ-ଡାଉନ୍

ଭୁବନେଶ୍ୱର,୫ ।୫(ଓଡିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ଲକ-ଡାଉନ। ଓଡିଶାରେ ମେ’୫ରୁ ୧୯ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ମେ’ ୫ରୁ ୧୯ ତାରିଖ ଯାଏଁ ସବୁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଲକଡାଉନ ବେଳେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ତେବେ ଲକଡାଉନ ବେଳେ କେବଳ ଚାଲିଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯାଇଛି । ଘରଠାରୁ ୫ ଶହ ମିଟର ଦୂରତା ଯାଏ ଯିବା ପାଇଁ କୁହାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲି ଚାଲି ଯାଇ ପରିବା ଆଣିପାରିବେ ଲୋକେ । ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ।

ତେବେ ଲକଡାଉନ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି । କେବଳ ମେଡିକାଲ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତ ମନା ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ଲକଡାଉନ ସମୟରେ ବନ୍ଦ ରହିବ । ସେହିପରି ପ୍ରଦର୍ଶନୀ ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ । ଟ୍ୟାକ୍ସ, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ସିନେମା ହଲ, ମଲ୍‌, ମାକେର୍ଟ କମ୍ପେ୍ଲକ୍ସ, ଜିମ୍ ବନ୍ଦ ରହିବ । ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ସେଲୁନ୍ ପାର୍ଲର , ସ୍ପା ବନ୍ଦ ରହିବ । ସାମାଜିକ, ଧାର୍ମିକ, କ୍ରୀଡା, ରାଜନୈତିକ ସମାବେଶ ବନ୍ଦ ରହିବ । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ କରିହେବ । ବିବାହରେ ସର୍ବାଧିକ ୫୦, ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ଦିଆଯିବ । ସାପ୍ତାହିକ ଓ ଦୈନିକ ହାଟ ଚାଲି ପାରିବ ନାହିଁ ।

ଲକଡାଉନ ବେଳେ କେବଳ ଚାଲିଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯାଇଛି । ଘରଠାରୁ ୫ ଶହ ମିଟର ଦୂରତା ଯାଏ ଯିବା ପାଇଁ କୁହାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲି ଚାଲି ଯାଇ ପରିବା ଆଣିପାରିବେ ଲୋକେ । ସ୍ୱାସ୍ଥ୍ୟ ଓ ଜରୁରୀ ସେବାରେ କଟକଣା ଲାଗିବ ନାହିଁ । ହସ୍ପିଟାଲ, ନର୍ସିଂହୋମ, ଔଷଧ ଦୋକାନ ଖୋଲା ରହିବ । ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ । ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଳା ରହିବ । ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨ ଯାଏଁ ଏସବୁ ଖୋଲା ରହିବ । ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି ଦିଆଯିବ । ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ୱେବ ମିଡିଆକୁ ଅନୁମତି ଦିଆଯାଇଛି । ପେଟ୍ରୋଲପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ଗ୍ୟାରେଜ, ଗାଡି ମରାମତିକୁ ଅନୁମତି ଦିଆଯାଇଛି ।

ଏହା ସହ ଲକଡାଉନ ବେଳେ ଟିକା ଓ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ । ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକେ ଯାଇପାରିବେ ।

Get real time updates directly on you device, subscribe now.