fbpx

କରୋନା ବିରୋଧୀ ଲଢେଇ ପାଇଁ ୫୦ କୋଟି ଦେବ ଷ୍ଟାର ଇଣ୍ଡିଆ

ନୂଆ ଦିଲ୍ଲୀ, ୦୫/୦୫: ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି । ଏଭଳି ସ୍ଥିତିରେ କୋଭିଡ ବିରୋଧୀ ଳଢେଇ ପାଇଁ ଭାରତକୁ ଅନେକ ସହାୟତାର ହାତ ବଢାଇଛନ୍ତି । ଏହି ପରିପ୍ରେକ୍ଷୀରେ ଷ୍ଟାର ଇଣ୍ଡିଆ ଭାରତରେ କୋଭିଡ ଲଢେଇ ପାଇଁ ୫୦ କୋଟିର ସହାୟତା ଅର୍ଥ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛି । ଏନେଇ ଷ୍ଟାର ଇଣ୍ଡିଆ ଏକ ଟ୍ୱିଟ କରି ସୂଚନା ଦେଇଛି ।
ଷ୍ଟାର ଇଣ୍ଡିଆ ତଥା ୱାଲ୍ଟ ଡିଜନି ଇଣ୍ଡିଆର ସଭାପତି ଟ୍ୱିଟ କରି କହିଛନ୍ତି, “କୋଭିଡ-୧୯ ବିରୋଧରେ ଲଢେଇରେ ଆମେ ଏକତାର ସହ ସମଗ୍ର ଭାରତ ସହ ଅଛୁ । ୱାଲ୍ଟ ଡିଜନି କମ୍ପାନୀ ଏବଂ ଷ୍ଟାର ଇଣ୍ଡିଆ ନମ୍ରତାର ସହ ୫୦ କୋଟି ସହାୟତା ପ୍ରଦାନ କରୁଛି । ଜୀବନ ରକ୍ଷା ପାଇଁ ଜଟିଳ ସ୍ୱାସ୍ଥ୍ୟସେବା ଯୋଗାଣ ଏବଂ ଉପକରଣ ଯୋଗାଇବା ଆମର ଆବଶ୍ୟକତା । ଏହା ଆମର ସାଧାରଣ ଲଢେଇ ଏବଂ ଆମର ଅବଦାନ ଭାରତ ପ୍ରତି ଆମର ଦୃଢପ୍ରତିବଦ୍ଧତାକୁ ପ୍ରମାଣିତ କରେ ।”
ସୂଚନା ଯୋଗ୍ୟ ଯେ, କଂପାନୀ ୨୦୨୦ ରେ କୋଭିଡ-୧୯ ସମୟରେ ୨୮ କୋଟିର ରିଲିଫ ସହଯୋଗ କରିଥିଲା ।

Get real time updates directly on you device, subscribe now.