fbpx

ଶିଳ୍ପା ସେଠୀଙ୍କ ପୁରା ପରିବାର କରୋନା ପଜିଟିଭ୍, ଟୁଇଟ୍ କରି ଦେଲେ ସୁଚନା

ମୁମ୍ବାଇ, ୭/୫(ଓଡିଶା ଭାସ୍କର) : କରୋନା ମହାମାରୀ ଦ୍ୱାରା ଅନେକ ବଲିଉଡ୍ ସେଲିବ୍ରିଟି ସଂକ୍ରମିତ ହେଉଥିବା ବେଳେ ଏବେ ପୁଣି ଥରେ ଆଉ ଜଣେ ବଲିଉଡ୍ ସେଲେବଙ୍କ ପୁରା ପରିବାର କରୋନା କବଳକୁ ଚାଲି ଆସିଛନ୍ତି । ଏହା ମଧ୍ୟରେ ଶିଳ୍ପା ସେଠୀଙ୍କ ପୁରା ପରିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ ଶିଳ୍ପାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେ ଏନେଇ ଇନଷ୍ଟାଗ୍ରାମରେ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଶାଶୁ, ଶ୍ୱଶୁର, ସ୍ୱାମୀ ରାଜ୍ କୁନ୍ଦ୍ରା ଏବଂ ତାଙ୍କ ପୁଅ ଝିଅ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ବର୍ତ୍ତମାନ ପରିବାରର ସମସ୍ତେ ହୋମ୍ ଆଇସୋଲେସନ୍ ରେ ଅଛନ୍ତି । ସେମାନେ ସମସ୍ତେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ ନିଜ ନିଜ ଚିକିତ୍ସା କରୁଛନ୍ତି । ଏଥିସହ ଶିଳ୍ପା ଲୋକମାନଙ୍କୁ ମଧ୍ୟ କରୋନା ପ୍ରୋଟୋକଲ୍ ମାନିବାକୁ ଅପିଲ୍ କରିଛନ୍ତି ।

Get real time updates directly on you device, subscribe now.