fbpx

କାବୁଲର ଏକ ସ୍କୁଲ ପାଖରେ ଭୟଙ୍କର ବିସ୍ଫୋରଣ; ୫୦ ମୃତ, ୧୦୦ ଆହାତ

କାବୁଲ,୯ା୫ : ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ସ୍କୁଲ ପାଖରେ ବଡ ଧରଣର ବୋମା ବିସ୍ଫୋରଣ ହୋଇଛି । ଏଥିରେ ୫୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ଏହି ଘଟଣା ଶନିବାର ଦିନ ଘଟିଛି । ଏନେଇ ଆଫଗାନିସ୍ତାନର ଗୃହ ମନ୍ତ୍ରାଳୟ ସୁଚନା ଦେଇଛନ୍ତି । ସୁଚନା ଯେ, କାବୁଲର ଶିୟା ବହୁଳର ପଶ୍ଚିମାଞ୍ଚଳରେ ଥିବା ସୈୟଦ୍ ଅଲ-ଶାହଦା ସ୍କୁଲ ପାଖରେ ବଡ ଧରଣର ବୋମା ବିସ୍ଫୋରଣ ହୋଇଛି । ଏଥିରେ ୫୦ ଜଣଙ୍କର ପ୍ରାଣ ଯାଇଛି । ଆଉ ୧୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ଏହି ବିସ୍ଫୋରଣ ପରେ ଉକ୍ତ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚି ଆହାତଙ୍କୁ ଉଦ୍ଧାର କରାଯାଇଛି ଏବଂ ଚିକିତ୍ସା ପାଇଁ ନିଆଯାଇଛି । ତେବେ ଅଧିକାରୀ ମାନେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ଏହି ବିସ୍ଫୋରଣ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ କହିଛନ୍ତି ଯେ, ଏହା ଖୁବ୍ ବଡ ଧରଣର ଥିଲା । ଆଉ ତିନୋଟି ଅଲଗା ବିସ୍ଫୋରଣ ହୋଇଥିଲା । ଏହାର ତୀବ୍ରତାକୁ ଦେଖିଲେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ସ୍ଥାନୀୟ ସମୟ ଅନୁସାରେ, ଏହି ବିସ୍ଫୋରଣ ସଂଧ୍ୟା ୪ଟା ୩୦ରେ ହୋଇଥିଲା । ଆଉ ସେହି ଅଞ୍ଚଳରେ ଗୋଟିଏ ସ୍କୁଲ ଥିବା ବେଳେ ବିସ୍ଫୋରଣ ସମୟରେ ପିଲା ମାନେ ସ୍କୁଲରୁ ବାହାରୁଥିଲେ । ତେଣୁ ଏଥିରେ ଅନେକ ପିଲା ଗୁରୁତର ଭାବରେ ଆହାତ ହୋଇଛନ୍ତି । ତେବେ ଏହି ବଡ ଧରଣର ଧମାକା ଇସଲାମ ମାନଙ୍କ ଦ୍ୱାରା କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ସୁନ୍ନୀ ମୁସଲିମ ସମୁହ ପକ୍ଷରୁ ଆଫଗାନିସ୍ତାନରେ ଥିବା ଅଳ୍ପ ସଂଖ୍ୟକ ଶିୟା ମୁସଲିମ୍ ମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ସେହିପରି ଆମେରିକା ପୂର୍ବ ବର୍ଷ ପ୍ରସୁତି ହସ୍ପିଟାଲରେ ହୋଇଥିବା ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ କୁ ଦୋଷୀ ବୋଲି ଦର୍ଶାଇଥିଲା । ଏଥିରେ ଅନେକ ଗର୍ଭବତୀ ଏବଂ କୁନି କୁନି ଛୁଆ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.