fbpx

ଅନ୍ତର୍ଜାତୀୟ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶା: କୋଭିଡ୍ ମୁକାବିଲା ନେଇ ରାଜ୍ୟକୁ ପ୍ରଶଂସା କଲା ଲାନସେଟ୍

ଭୁବନେଶ୍ୱର, ୯ା୫ (ଓଡିଶା ଭାସ୍କର): କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛି ଏକ ପ୍ରତିଷ୍ଠିତ ତଥା ସର୍ବପୂରାତନ ମେଡିକାଲ ପତ୍ରିକା ଲାନସେଟ୍ । ବର୍ତ୍ତମାନର କରୋନା କାଳରେ ବିଭିନ୍ନ ରାଜ୍ୟକୁ ସଠିକ୍ ସମୟରେ ଅମ୍ଲଜାନ ଯୋଗାଣ କରିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଛି । କେନ୍ଦ୍ର ସରକାରଙ୍କ ଯୋଗୁଁ ଦେଶ ଆଜି ଏଭଳି ସମସ୍ୟା ଭୋଗୁଛି । ତେଣୁ ଲାନସେଟ୍ ପକ୍ଷରୁ କେନ୍ଦ୍ର ସରକାରଙ୍କର ଜାତୀୟ ପଲିସିକୁ ସମାଲୋଚନା କରାଯାଇଛି । ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ଏହି ସମ୍ମାନଜନକ ପତ୍ରିକା ଦ୍ୱାରା ପ୍ରଶଂସା କରାଯାଇଛି । ଏହା ଓଡ଼ିଶା ପାଇଁ ଏକ ଗର୍ବର କଥା ।

ଲାନସେଟ୍ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶା କୋଭିଡ୍-୧୯ର ଦ୍ୱିତୀୟ ଲହର ସମୟରେ ଉପଯୁକ୍ତ ପ୍ରସ୍ତୁତି ଓ ପରିଚାଳନା କରିପାରିଛି । ଫଳସ୍ୱରୂପ ଅନ୍ୟ ରାଜ୍ୟକୁ ପର୍ଯ୍ୟାପ୍ତ ମାତ୍ରାରେ ମେଡିକାଲ ଅମ୍ଲଜାନ ପଠାଇ ପାରିଥିଲା । ଏହି ମାଗାଜିନରେ କେରଳକୁ ମଧ୍ୟ ମହାମାରୀ ପରିଚାଳନା ପାଇଁ ପ୍ରଶଂସା କରାଯାଇଛି । ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ପରି ରାଜ୍ୟରେ କୋଭିଡ୍ ନେଇ ଉପଯୁକ୍ତ ପ୍ରସ୍ତୁତି ହୋଇ ନଥିବାରୁ ମେଡିକାଲରେ ଶୀଘ୍ର ଅମ୍ଲଜାନ ଶେଷ ହୋଇଯାଇଥିଲା ରିପୋର୍ଟରେ ବୋଲି ଉଲ୍ଲେଖ କରାଯାଇଛି । ୧୯୨୩ ମସିହାରେ ଏହି ଆନ୍ତର୍ଜାତୀୟ ସାପ୍ତାହିକ ମେଡିକାଲ ପତ୍ରିକାର ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.