fbpx

କରୋନାରେ ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ଗଲା

ଭୁବନେଶ୍ୱର, ୯ା୫ (ଓଡିଶା ଭାସ୍କର): ଦିନକୁ ଦିନ କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବରିଷ୍ଠ ସାମ୍ବାଦିକ ସୋମନାଥ ମହାନ୍ତି କରୋନାରେ ପ୍ରାଣ ହରାଇଛନ୍ତି । ତାଙ୍କୁ ମୃତ୍ୟୁ ବେଳକୁ ୫୫ ବର୍ଷ ବୟସ ହୋଇଥିଲା । ସେ ଗ୍ୟାଷ୍ଟ୍ରିକ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋଇ ଖଣ୍ଡପଡ଼ାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସୋମନାଥ ଦୈନିକ ଖବର କାଗଜ ପ୍ରମେୟର ଖଣ୍ଡପଡ଼ା ରିପୋର୍ଟରେ ଭାବେ କାର୍ଯ୍ୟ କରୁଥିଲେ ।

Get real time updates directly on you device, subscribe now.