fbpx

କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୀୟୁଷ ଚାୱାଲଙ୍କ ବାପା

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଆଜି କରୋନାରେ ଆଖି ବୁଜିଛନ୍ତି କ୍ରିକେଟର୍ ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ କୁମାରଙ୍କ ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏଭଳି କଠିନ ସମୟରେ ଦଳ ସହଯୋଗ ପୀୟୁଷ ଓ ତାଙ୍କ ପରିବାର ସହ ରହିଛି । ସେହିପରି ପୀୟୁଷ ଚାୱଲା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏନେଇ ସୁଚନା ଦେଇଛନ୍ତି । ସେ ବର୍ତ୍ତମାନ ତାଙ୍କ ବାପାଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି । ଆଉ ଇନଷ୍ଟାଗ୍ରାମରେ କହିଛନ୍ତି ଯେ, ତୁମ ବିନା ଆଉ ଏ ଜୀବନର ମୁଲ୍ୟ ରହିବନି । ତାଙ୍କ ବାପା କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.