fbpx

ବଦଳିଲା ୧ ନମ୍ବର ମାର୍କେଟ ନିୟମ, ରାତି ୩ଟାରୁ କିଣିବେ ହୋଲସେଲ୍ ବେପାରୀ

ଭୁବନେଶ୍ୱର, ୧୦ା୫ (ଓଡିଶା ଭାସ୍କର): ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ମାର୍କେଟର ହୋଲସେଲ ନିୟମ ପରିବର୍ତ୍ତନ କରାଯାଇଛି । ଏଣିକି ହୋଲସେଲ୍ ବେପାରୀମାନେ ରାତି ୩ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ପରିବା କିଣିବେ । ସେହିପରି ଖୁଚୁରା ବେପାରୀମାନେ ସକାଳ ୬ଟା ୩୦ରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା କିଣିପାରିବେ । ହାଟର ପ୍ରତି ୨ଟି ଦୋକାନ ମଝିରେ ଗୋଟିଏ ଦୋକାନ ବନ୍ଦ ରହିବ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବଦିନ ବନ୍ଦ ରହିଥିବା ଦୋକାନଗୁଡ଼ିକ ପରଦିନ ଖୋଲିବ । ଭୁବନେଶ୍ୱର ମହାନଗର ନିଗମ (ବିଏମସି), ପୋଲିଓ ଓ ବ୍ୟବସାୟୀଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.