fbpx

ବାତ୍ୟା ତଉକ୍ତେ: ୫ ରାଜ୍ୟରେ ମୁତୟନ ହେଲେ ଏନଡିଆରଏଫ୍ ଟିମ୍, କେରଳ ପାଇଁ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର): ମାଡି ଆସୁଛି ବାତ୍ୟା ତଉକ୍ତେ । ଏହା ହେଉଛି ୨୦୨୧ର ପ୍ରଥମ ବାତ୍ୟା । ଏହି ବାତ୍ୟା ଆରବ ମହାସାଗରରେ ବଳ ଗୋଟାଉଥିବା ବେଳେ କିଛି ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଉକ୍ତ ରାଜ୍ୟ ଗୁଡିକ ହେଲା କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଏବଂ ଗୁଜୁରାଟ । ଆଜି ଏହି ୫ ରାଜ୍ୟରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଏଥିସହିତ କେରଳ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ଉପରୋକ୍ତ ରାଜ୍ୟ ମାନଙ୍କରେ ଆଜି ଠାରୁ ଲଘୁଚାପ ବର୍ଷା ଆରମ୍ଭ ହେବ । ଏହାପରେ ମେ ୧୬ ତାରିଖରେ ଏହା ବାତ୍ୟାର ରୁପ ନେବ । ଏହାର ପ୍ରଭାବରେ ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପବନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଖାଲି ସେତିକି ନୁହେଁ କେରଳର କିଛି ଜିଲ୍ଲା ପାଇଁ ରେର୍ଡ ଆଲର୍ଟ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ ଲୋକମାନଙ୍କୁ ସତର୍କ ରହିବାକୁ କହିବା ସହିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ କୁ ମାନିବାକୁ ଅପିଲ୍ କରିଛନ୍ତି । ବାତ୍ୟା ତଉକ୍ତେ ର ଅଧିକାଂଶ ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଯେପରିକି ଲାକ୍ଷାଦ୍ୱୀପ, ଗୋଆ, ମହାରାଷ୍ଟ୍ର ଆଦି ଉପରେ ରହିବ । ଏହି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ସହ ଘଡଘଡି ମାରିବାର ସମ୍ଭାବନା ରହିଛି । ସେହିପରି ମତ୍ସଜୀବୀ ମାନଙ୍କୁ ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ କୁହାଯାଇଛି ।

Get real time updates directly on you device, subscribe now.