fbpx

୨୦୨୧ ହେବ ମୃତ୍ୟୁର ବର୍ଷ, ଭାରତରେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଚେତାବନୀ

ନୂଆଦିଲ୍ଲୀ, ୧୫ା୫: ବର୍ତ୍ତମାନ ଭାରତର କରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ଓ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦୈନିକ ତିନି ଲକ୍ଷରୁ ଅଧିକ ପଜିଟିଭ୍ ଲଗାତାର ଭାବେ ଚିହ୍ନଟ ହେଉଛନ୍ତି । ତେବେ ଭାରତର ଏହି ପରିସ୍ଥିତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଚିନ୍ତାପ୍ରକଟ କରିଛି । ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି ଯେ, ସମଗ୍ର ବିଶ୍ୱ ପାଇଁ କରୋନାର ଦ୍ୱିତୀୟ ଲହର ଅଧିକ ଘାତକ ସାବ୍ୟସ୍ତ ହେବ ।

ହୁ ତରଫରୁ କୁହାଯାଇଛି ଯେ, ଭାରତରେ କରୋନାର ସ୍ଥିତି ଅତ୍ୟନ୍ତ ଭୟଙ୍କର । ହୁ’ର ସହଯୋଗରେ ଭାରତକୁ ଅନେକ ଅକ୍ସିଜେନ କନସେନଟ୍ରେଟର, ମାସ୍କ ଓ ବିଭିନ୍ନ ସ୍ୱାସ୍ଥ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଭାରତ ବ୍ୟତୀତ, ନେପାଳ, ଶ୍ରୀଲଙ୍କା, ଭିଏତନାମ, କାମ୍ବୋଡିଆ, ଥାଇଲାଣ୍ଡ ଓ ଇଜିପ୍ଟ ଆଦି ଦେଶରେ ମଧ୍ୟ କରୋନା ମାମଲା ବଢ଼ିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ଅଧିକ କ୍ଷତି କରିବ । ଚଳିତ ବର୍ଷ ମୃତ୍ୟୁ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସମଗ୍ର ବିଶ୍ୱରେ ଭ୍ୟାକ୍ସିନ ଯୋଗାଣ ସମସ୍ତଙ୍କ ପାଇଁ ବର୍ତ୍ତମାନ ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ତେବେ କରୋନାରେ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହୁ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.