fbpx

ଦ୍ୱିତୀୟ ଲହରରେ ପ୍ରାଣ ହରାଇଲେଣି ୪୨୦ ଡାକ୍ତର: IMA

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ତେଣୁ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଲକଡାଉନ୍ ଲାଗୁ କରାଯାଇଛି । ସଂକ୍ରମଣ କମାଇବାକୁ ଏହା ହିଁ ଏକମାତ୍ର ଉପାୟ ଭାବେ ଉପନୀତ ହେବାପରେ ବିଭିନ୍ନ ରାଜ୍ୟର ସରକାର ଲକଡାଉନ୍ ଓ ସଟଡାଉନ୍ ଲାଗୁ କରିଛନ୍ତି । ଏହାପରେ କିନ୍ତୁ ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି । ହେଲେ ମୃତ୍ୟୁହାର ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେବେ କରୋନାର ଦ୍ୱିତୀୟ ଲହରରେ ବିଭିନ୍ନ ଡାକ୍ତର ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୋଟେ ପଟେ ଡାକ୍ତର ମାନେ ସଂକ୍ରମିତ ହେଉଥିବା ବେଳେ ଅନ୍ୟପଟେ ଅନେକ ସଂଖ୍ୟାରେ ଡାକ୍ତର ମହାମାରୀ କାରଣରୁ ମୃତ୍ୟୁବରଣ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟାରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ତଥା ଆଇଏମଏ ପକ୍ଷରୁ ଡାକ୍ତର ମାନଙ୍କର ମୃତ୍ୟୁଜନିତ ଏକ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ରିପୋର୍ଟ ଅନୁସାରେ, ଦେଶରେ କରୋନାର ଦ୍ୱିତୀୟ ଲହରରେ ପ୍ରାୟ ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ କେବଳ ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୭ ହଜାର ୨୯୯ ନୁଆ ମାମଲା ସାମନାକୁ ଆସିଛି ଏବଂ ୪ ହଜାର ୧୯୪ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଅପରପକ୍ଷରେ ୩ ଲକ୍ଷ ୫୭ ହଜାର ୬୩୦ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୨ ଲକ୍ଷ ୮୯ ହଜାର ୨୯୦କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୨୨ ହଜାର ୪୦୦ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୩୦ ଲକ୍ଷ ୭୦ ହଜାର ୩୬୫ରେ ପହଞ୍ଚିଛି । ୧୯ କୋଟି ୩୩ ଲକ୍ଷ ୭୨ ହଜାର୮୧୯ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି ।

Get real time updates directly on you device, subscribe now.