fbpx
BJD SKY
BJD SKY

ନେପାଳରେ ପୁଣି ଉପୁଜିଲା ରାଜନୀତିକ ସଂକଟ

BJD

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ନେପାଳରେ ପୁଣି ଦେଖାଦେଇଛି ରାଜନୀତିକ ସଂକଟ । କାରଣ ନେପାଳ ସଂସଦୀୟକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି । ସରକାର ଗଠନ ପାଇଁ ଶାସକ ଓ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ ପୂର୍ବକ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଶନିବାର ଏଭଳି ପଦକ୍ଷେପ ନେଇଛନ୍ତି । ଫଳରେ ନେପାଳ ପୁଣି ଏକ ରାଜନୀତିକ ସଂକଟକୁ ସାମ୍ନା କରୁଛି ।

ସୂଚନା ଅନୁସାରେ ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ଯଥେଷ୍ଟ ସମୟ ନିଆଯାଇଛି । ଆସନ୍ତା ନଭେମ୍ବର ମଧ୍ୟ ଭାଗବେଳକୁ ନେପାଳରେ ସାଧାରଣ ନିର୍ବାଚନ ପାଇଁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନୂଆ ତାରିଖ ଘୋଷଣା କରିଥିବା ଜଣାପଡ଼ିଛି । ପ୍ରାୟତଃ ନଭେମ୍ବର ୧୨ରୁ ୧୯ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.