fbpx

କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟଶ’? ଜାଣନ୍ତୁ କ’ଣ କହିଲେ ଏସଆରସି

ଭୁବନେଶ୍ୱର(ଓଡିଶା ଭାସ୍କର): ଆଗାମୀ ୬ ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବାକୁ ଯାଉଛି ‘ୟଶ’ । କାଲି ଭୋର ସମୟରେ ବାତ୍ୟା ‘ୟଶ’ ଧାମରା ବନ୍ଦର ନିକଟତର ହେବ ବୋଲି ଆଶଙ୍କା କରାଯାଉଛି । ବାତ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ‘ଆସନ୍ତାକାଲି ଭୋରରୁ ୯ରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟଶ । ବାସୁଦେବପୁରରୁ ବାହାନଗା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୪୦ରୁ ୧୫୫ କିମି ରହିପାରେ । ବେଳେବେଳେ ଘଣ୍ଟାପ୍ରତି ୧୮୦ କିମି ଝଟକା ଦେଇପାରେ ପବନର ବେଗ ।’

ଏଥିପାଇଁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ୮୧୩ ୱାଟର ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ପ୍ରାୟ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧ ହଜାର ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇସରିଛି । ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ରାତି ୯ଟା ସୁଦ୍ଧା ଆମର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ବୋଲି ଆଶା ରହିଛି ବୋଲି ଏସଆରସି କହିଛନ୍ତି ।

ଏହା ସହ ୩ରୁ୪ ଦିନ ପାଇଁ ପିଇବା ପାଣି ମହଜୁଦ ରଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରାୟ ୮ ଶହ ସ୍ଥାୟୀ ଆଶ୍ରୟସ୍ଥଳକୁ ବ୍ୟବହାର କରାଯାଉଛି । ଏହା ସହ ଅନ୍ୟ କୋଠାକୁ ମଧ୍ୟ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଉଛି । ୭୭ଟି ବ୍ଲକକୁ ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ରଖାଯାଇଛି । ଆମେ ଆଇଏମଡିର ଟ୍ରାପ ଅନୁସାରେ ତଥ୍ୟ ରଖୁଛୁ ବୋଲି ଏସଆରସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.