fbpx
BSKY SKY
BSKY SKY

କାଲି ଭୋରରେ ଲ୍ୟାଣ୍ଡଫଲ କରିପାରେ ‘ୟଶ’, ଜାଣନ୍ତୁ ବର୍ତ୍ତମାନର ସ୍ଥିତି

BSKY

ଭୁବନେଶ୍ୱର(ଓଡିଶା ଭାସ୍କର): ଆଗାମୀ ୬ ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବାକୁ ଯାଉଛି ‘ୟଶ’ । କାଲି ଭୋର ସମୟରେ ବାତ୍ୟା ‘ୟଶ’ ଧାମରା ବନ୍ଦର ନିକଟତର ହେବ ବୋଲି ଆଶଙ୍କା କରାଯାଉଛି । ଆସନ୍ତାକାଲି ଭୋରରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟଶ । ଲ୍ୟାଣ୍ଡଫଲ ସମୟରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ପବନର ବେଗ ସର୍ବାଧିକ ରହିବ ।

ତେବେ ପାରାଦୀପଠାରୁ ୨୦୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ୟଶ । ଏବେ ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗଉଛି ଏହି ଘୂର୍ଣ୍ଣିଝଡ । ଅନ୍ୟପଟେ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୨୯୦ କିମି ଓ ଦୀଘାଠାରୁ ୨୯୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ୟଶ । ସାଗର ଦ୍ୱୀପର ଦକ୍ଷିଣ ଦିଗରେ ୨୮୦ କିମି ଦୂରରେ ରହିଛି ବାତ୍ୟା ୟଶ ।

Get real time updates directly on you device, subscribe now.