fbpx

ମାଡି ଆସୁଛି ବାତ୍ୟା ୟଶ୍, ପାରାଦୀପରୁ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ: ବାସୁଦେବପୁର, ବାହାନଗା ମଧ୍ୟରେ କରିବ ଲ୍ୟାଣ୍ଡ୍‌ଫଲ୍‌, ବୁଧବାର ସନ୍ଧ୍ୟା ଯାଏଁ ଓଡିଶା ଭିତରେ ତାଣ୍ଡବ ରଚିବ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା “ୟଶ୍’ । ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କି.ମି. ବେଗରେ ଗତି କରୁଛି । ଏବେ  ସୁଦ୍ଧା ପାରାଦୀପଠାରୁ ବାତ୍ୟା “ୟଶ୍’ ୯୦ କି.ମି., ବାଲେଶ୍ୱରରୁ୧୩୦  କି.ମି. ଓ ସାଗର ଦୀପରୁ ୧୧୦ କି.ମି. ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡ଼ି) ପକ୍ଷରୁ  ସୂଚନା ଦିଆଯାଇଛି । ବାତ୍ୟା କେନ୍ଦ୍ରସ୍ଥଳୀରେ ଘଣ୍ଟାପ୍ରତି ୧୨୫ କି.ମି.ରୁ ୧୩୫ କି.ମି. ବେଗରେ ପବନ ବହୁଥିବା ଆଇଏମ୍‌ଡି ଜାରି ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା “ୟଶ୍’ କରିଥିବା ବୁଲେଟିନ୍‌ରେ ଦର୍ଶାଯାଇଛି । ବାତ୍ୟା ଭଦ୍ରକର ବାସୁଦେବପୁରରୁ ବାଲେଶ୍ୱରର ବାହାନଗା ମଧ୍ୟରେ ବୁଧବାର ସକାଳେ ଲ୍ୟାଣ୍ଡ୍‌ଫଲ୍‌ କରିପାରେ । ବୁଧବାର ସନ୍ଧ୍ୟା ଯାଏଁ ଓଡିଶା ଭିତରେ ତାଣ୍ଡବ ରଚିବ ୟଶ୍।

ବୁଧବାର ସକାଳ ସୁଦ୍ଧା ଏହି ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯିବ । ବୁଧବାର ମଧ୍ୟାହ୍ନ ସୁଦ୍ଧା ୟଶ୍ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ୟାସ୍‌ ଧାମରା
ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଅନୁମାନ କରାଯାଉଛି । ବୁଧବାର ଲ୍ୟାଣ୍ଡ୍‌ଫଲ୍‌ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କି.ମି. ରହିପାରେ । ଏହି ପବନ ଝଟକା ଦେଇ ଘଣ୍ଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ବର୍ତ୍ତମାନ ପାରାଦୀପ ଓ ଗୋପାଳପୁରର ଡପଲର୍‌ ରାଡାରରୁ ବାତ୍ୟା ୟଶ୍ ଉପରେ ସର୍ତକ ନଜର ରଖାଯାଇଛି । ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାର ମୋଟ ୭ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୧୫ଟି ଜିଲ୍ଲାର ପ୍ରାୟ ୨ଲକ୍ଷ ୪୮ ହଜାର ୪୯ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରର ୭୯ହଜାର ୫୫୮, ଭଦ୍ରକର ୭୩ହଜାର ୧୦୩, କଟକର ୧୯୧୫, ଜଗତସିଂହପୁରର ୧୧ହଜାର ୧୮୪, ଯାଜପୁରର ୩୬୨୩, କେନ୍ଦ୍ରାପଡ଼ାର ୬୨ହଜାର ୯ଜଣ, କେଉଁଝରର ୪୫୩, ଢ଼େଙ୍କାନାଳର ୯୭୯, ମୟୁରଭଞ୍ଜର ୧୦ହଜାର ୨୮୧, ପୁରୀର ୩୫ଶହ ଏବଂ ଖୋର୍ଦ୍ଧାର ୧୪୪୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନାଦିଆଯାଇଛି ।ବାତ୍ୟା ପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ଜିଲ୍ଲା ପାଇଁ ରେଡ୍‌ୱାର୍ଣ୍ଣିଂ ଜାରି କରାଯାଇଛି ।

ବାତ୍ୟା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାରୁ ସୋମବାର ରାତିରୁ ହିଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଉଛି । ସେହିରି ମଧ୍ୟରାତ୍ରକୁ ବର୍ଷା ସହ ପବନର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ପାଇବ । ପୁରୀ ଓ ଖୋର୍ଦ୍ଧାରେ ମଧ୍ୟ ପ୍ରବଳ ବର୍ଷା ସହ ପବନର ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କି.ମି. ରହିବ । ବାତ୍ୟା ଯୋଗୁ ସମୁଦ୍ର ଜୁଆର ୨ରୁ ୪ ମିଟିର ଉଚ୍ଚକୁ ଉଠି ।ରେ । ଅର୍ଥାତ ଏହା କିଛି ସ୍ଥାନରେ ସ୍ଥଳ ଭାଗକୁ ୨.୫ କିମି ମାଡ଼ି ଯିବାର ମଧ୍ୟ ଆଶଙ୍କା ରହିଛି । ବାତ୍ୟା ୟଶ୍  ବୁଧବାର ସକାଳେ ଲ୍ୟାଣ୍ଡଫଲ୍‌ କରିବ । ବାତ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ମଙ୍ଗଳବାର ରାତି ୧୨ଟାରୁ ବୁଧବାର ମଧ୍ୟାହ୍ନ ଯାଏଁ ଗାଡ଼ି ଚଳାଚଳ ବନ୍ଦ ରଖାଯିବ । ଚଣ୍ଡିଖୋଲରୁ ବାଲେଶ୍ୱରକୁ କୌଣସି ଗାଡ଼ି ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜରୁରି ସେବା ପ୍ରଦାନକାରୀ ଗାଡ଼ି ବ୍ୟତୀତ ଅନ୍ୟ ସବୁ ଗାଡ଼ିର ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବାତ୍ୟା ସମୟରେ ପ୍ରବଳ ପବନ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଥାଏ । ଏହାକୁ ନଜରରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ବାତ୍ୟା ସମୟରେ ସମୁଦ୍ର ଜୁଆର ୨-୪ ମିଟର ଉପରକୁ ଉଠି ଏହା ଉପକୂଳ ଅଞ୍ଚଳ ସ୍ଥଳଭାଗକୁ ମାଡ଼ି ଆସିବାର ସମ୍ଭାବନା ରହିଛି । ଏହାସହ ବୁଧବାର ଚନ୍ଦ୍ରଗ୍ରହଣ ଥିବାରୁ ସମୁଦ୍ର ମଧ୍ୟ ଅଶାନ୍ତ ହେବାର ସମ୍ଭାବନା ରହିଛି । ବାତ୍ୟାକୁ ଆଖି ଆଗରେ ରଖି ଏନ୍‌ଡିଆର୍‌ଏଫ୍‌ର୫୨ଟି ଟିମ୍‌, ଓଡ଼୍ରାଫ୍‌ର ୬୦ଟି ଟିମ୍‌, ଅଗ୍ନିଶମ ବାହିନୀର ୨୦୬ଟି ଟିମ୍‌ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ୮୬ଟି କାଠକଟା
ଟିମ୍‌କୁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ରାଜ୍ୟରେ ୬୮୯୧ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି । ବାଲେଶ୍ୱରରେ ୧୨୪୦, ଭଦ୍ରକରେ ୬୨୩, କଟକରେ ୧୨୦୪, ଢ଼େଙ୍କାନାଳରେ ୧୩୪, ଗଜପତିରେ ୧୩୬, ଗଞ୍ଜାମରେ ୧୦୯୩, ଜଗତସିଂହପୁରରେ ୨୨୩, ଯାଜପୁରରେ ୪୦୮, କେନ୍ଦ୍ରାପଡ଼ାରେ ୫୨୦, କେଉଁଝରରେ ୮୭, ମୟୁରଭଞ୍ଜରେ ୪୨୫, ନୟାଗଡ଼ରେ ୨୧୪ ଓ ପୁରୀରେ ୫୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.