fbpx

ରଙ୍ଗ ରୁଟ ଡ୍ରାଇଭିଂ ରୋକିବା ପାଇଁ ରାଜଧାନୀରେ ଲାଗିବ ଟାୟାର କିଲର

ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ଟ୍ରାଫିକ ନିୟମ କରାଯାଉଛି । ଏହାସହ ଉଲ୍ଲଙ୍ଘନକାରୀମାନଙ୍କ ପାଇଁ ଫାଇନ ବ୍ୟବସ୍ଥା ମଧ୍ୟ ହୋଇଛି । ଏହାରି ମଧ୍ୟରେ ଆଜି ରଙ୍ଗ ରୁଟ ଡ୍ରାଇଭିଂ ରୋକିବା ପାଇଁ ଟାୟାର କିଲର ଲଗାଯିବା ନେଇ ସୂଚନା ମିଳିଛି । ରାଜଧାନୀରେ ଟାୟାର କିଲର ଲଗାଇବ କମିସନରେଟ ପୋଲିସ । ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ଚକା ଲିକ୍ ହୋଇଯିବ । ଏହା ପରୀକ୍ଷାମୂଳକ ଭାବେ ପ୍ରଥମେ ବମିଖାଲ ଫ୍ଲାଏ ଓଭରରେ ଲଗାଯିବ । ପୂର୍ବରୁ ପୁଣେ, ହାଇଦ୍ରାବାଦ ଓ ନୋଏଡ଼ାରେ ଟାୟାର କିଲର ଲଗାଯାଇଛି ।

Get real time updates directly on you device, subscribe now.