fbpx

ପୁଣିଥରେ ‘ଆହେ ନୀଳ ଶଇଳ’ ଗାଇଲେ ସୋନା ମହାପାତ୍ର

ଭୁବନେଶ୍ୱର: ପୁଣିଥରେ ‘ଆହେ ନୀଳ ଶଇଳ’ ଭଜନ ଗାଇଛନ୍ତି ଗାୟିକା ସୋନା ମହାପାତ୍ର । ତେବେ ସେ ଏହି ସଂଗୀତକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରାୟ ଦୁଇବର୍ଷ ତଳେ ସୋନା ମାହାପାତ୍ର ସାଲବେଗଙ୍କ ଦ୍ୱାରା ରଚିତ ଏହି ‘ଆହେ ନୀଳ ଶଇଳ ଭଜନ’ ଗାଇ ଚର୍ଚ୍ଚାକୁ ଆସିଥିଲେ । ଏହି ଭଜନକୁ ରିଲିଜ କରିବା ସହ ସେ କହିଛନ୍ତି ଏହି ଭଜନ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ୭୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ କରିଛନ୍ତି ।

ସେ କହିଛନ୍ତି ମୋର ସବୁଠାରୁ ସୁନ୍ଦର ସଂଗୀତକୁ ଉପଭୋଗ କରନ୍ତୁ । ଏହା ମୋ ହୃଦୟକୁ ଶ୍ରଦ୍ଧାରେ ପରିପୂର୍ଣ୍ଣ କରିଦେଇଛି । ୧୭ ତମ ଶତାବ୍ଦୀର ଏହି କ୍ଲାସିକ ଭଜନର ଆଧୁନିକ ସଂସ୍କରଣ ସେହିମାନଙ୍କ ପାଇଁ ଉତ୍ସର୍ଗ ଯେଉଁମାନେ ଏହି କଠିନ ସମୟରେ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଛନ୍ତି । ଏହି ପ୍ରାର୍ଥନା ସେମାନଙ୍କୁ ଏହି କଠିନ ସମୟରେ ଶାନ୍ତି ଏବଂ ଶକ୍ତି ପ୍ରଦାନ କରିପାରିବ । ସୂଚନାଯୋଗ୍ୟ, ସୋନା ୨୦୧୮ ମସିହାରେ ଆହେ ନୀଳ ଶଇଳ ଭଜନ ଗାଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।

Get real time updates directly on you device, subscribe now.