fbpx

ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୁଶୀଲଙ୍କ ମା, କହିଲେ- ପୁଅ ବିରୋଧରେ ଚାଲିଛି ମିଡିଆ ଟ୍ରାଏଲ

ନୂଆଦିଲ୍ଲୀ : ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ସଂପ୍ରତି ପୋଲିସର ଛଅ ଦିନିଆ ରିମାଣ୍ଡରେ ଅଛନ୍ତି । ଅନ୍ୟପଟେ ପହିଲମାନଙ୍କ ମା ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୁଶୀଲଙ୍କ ମା ମିଡିଆ ରିପୋର୍ଟିଂ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି ।

ସୁୁଶୀଲଙ୍କ ମା କହିଛନ୍ତି, ଏହି କେସରେ ମିଡିଆ ଟ୍ରାଏଲ ଚାଲୁଛି । ତାଙ୍କ ମତରେ ସୁଶୀଲ ଦେଶ ପାଇଁ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଦେଶକୁ ଗୌରବାନ୍ୱିତ କରିଛନ୍ତି । ମାତ୍ର ଗଣମାଧ୍ୟମ ତାଙ୍କୁ ଅପରାଧୀ ଭାବେ ବିବେଚନା କରୁଛନ୍ତି । କିନ୍ତୁ ସୁଶୀଲଙ୍କ ଓକିଲ ବିଏସ ଜାଖଡା କହିଛନ୍ତି, ତାଙ୍କ ପାଖରେ ଏହି ବିଷୟରେ କୌଣସି ସୂଚନା ନାହିଁ । ସୁଶୀଲଙ୍କ ମା ମଧ୍ୟ ହାଇକୋର୍ଟର ଦ୍ୱାରସ୍ଥ ହେବା ଖବରକୁ ଖଣ୍ଡନ କରିଥିବା ଜାଖଡ କହିଛନ୍ତି ।

ସୂଚନାଯୋଗ୍ୟ, ସାଗର ଧନକର ହତ୍ୟା ମାମଲାରେ ୧୮ ଦିନର ଲୁଚକାଳି ଖେଳ ପରେ ପୋଲିସ ପଞ୍ଜାବରୁ ସୁଶୀଲ କୁମାରଙ୍କୁ ଗିରଫ କରିଥିଲା । ଗିରଫଦାରୀ ପରେ ସୁଶୀଲଙ୍କୁ ଛଅ ଦିନିଆ ରିମାଣ୍ଡରେ ପୋଲିସ ନେଇ ଜେରା କରୁଛି । ଏଥିରେ ସୁଶୀଳ ସହଯୋଗ କରୁଥିବା ଅଧିକାରୀ କହିଛନ୍ତି । ସେ ଏବେ ନିଜ କର୍ମ ପାଇଁ ପଶ୍ଚାତାପ କରୁଛନ୍ତି ଏବଂ ଭାଙ୍ଗି ପଡିଥିବା କ୍ରାଇମ ବ୍ରାଂଚ ଅଧିକାରୀ କହିଛନ୍ତି ।

ଉତର ରେଲୱେ ସୁଶୀଲଙ୍କୁ ନିଜ ପଦରୁ ନିଲମ୍ବନ କରି ସାରିଛି । ପହିଲମାନଙ୍କୁ ଯେତେ ପଦକ ଏବଂ ସମ୍ମାନ ମିଳିଛି ସବୁ ପ୍ରତ୍ୟାହାର କରିବାକୁ ଦାବି ଉଠୁଛି । ତାଙ୍କଠୁ ପଦ୍ମଶ୍ରୀ ସମ୍ମାନ ଫେରାଇ ନେବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି।

Get real time updates directly on you device, subscribe now.