fbpx

ଜେଫ ବେଜୋସଙ୍କ ବଡ ଘୋଷଣା: ଜୁଲାଇ ୫ରେ ଛାଡିବେ ନିଜ ପଦ, ଜାଣନ୍ତୁ କିଏ ହେବେ ଆମାଜନର ସିଇଓ

ନୂଆଦିଲ୍ଲୀ : ଆମାଜନର ସିଇଓ ଜେଫ ବେଜୋସ ନିଜ ପଦରୁ ଇସ୍ତଫା ଦେବାର ତାରିଖ ଘୋଷଣା କରିଛନ୍ତି । ୨୦୨୧ ଜୁଲାଇ ୫ ତାରିଖରେ ସିଇଓ ପଦ ଛାଡୁଥିବା ସେ ସୂଚନା ଦେଇଛନ୍ତି । ଜେଫ ବେଜୋସଙ୍କ ପରେ ଆମାଜନର ସିଇଓ ପଦ ଆଣ୍ଡି ଜାସି ସମ୍ଭାଳିବେ । ଉଲ୍ଲେଖନୀୟ ଆଜିଠୁ ପ୍ରାୟ ୨୭ ବର୍ଷ ପୂର୍ବେ ଜେଫ ବେଜୋସ ଇଂଟରନେଟରେ କିଛି ପୁସ୍ତକ ବିକି ଏହି କମ୍ପାନୀର ଆରମ୍ଭ କରିଥିଲେ । କମ୍ପାନୀକୁ ଆଜି ଏହି ସ୍ତରରେ ପହଂଚାଇବାରେ ସେ କୌଣସି ସୁଯୋଗ ହାତଛଡା କରି ନାହାନ୍ତି ।

ବେଜୋସ ବୁଧବାର ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ମୁଁ ଆଜକୁ ଠିକ୍ ୨୭ ବର୍ଷ ପୂର୍ବେ ୧୯୯୪ ଜୁଲାଇ ୫ରେ ନିଜ କମ୍ପାନୀର ସ୍ଥାପନା କରିଥିଲି । ୨୦୨୧ ଜୁଲାଇ ୫ରେ ମୁଁ ନିଜ ପଦ ଛାଡିବାକୁ ଯାଉଛି । ସେ ବହୁତ ଭାବ ବିହ୍ୱଳ ସହିତ ନିଜ ଅଂଶଧାରୀଙ୍କୁ ଏହାର ସୂଚନା ଦେଇଥିଲେ । ଏହା ବାଦ ସେ କହିଛନ୍ତି, ଏବେ ସେ ନିଜର ଅନ୍ୟ ବେଂଚର୍ସ ଯଥା ବେଜୋସ ଅର୍ଥ ଫଣ୍ଡ, ବ୍ଲୁ ଅରିଜିନ ସ୍ପେସ୍ ସିପ୍ କମ୍ପାନୀ, ଆମାଜନ ଦ ୱାନ ଫଣ୍ଡ ଓ ଦ ୱାଶିଂଟନ ପୋଷ୍ଟ ଉପରେ ମନୋନିବେଶ କରିବାକୁ ଯୋଜନା କରିଛନ୍ତି ।

ଜେଫ ବେଜୋସ ଫେବୃଆରୀରେ ଆନୁଷ୍ଠାନିକ ଘୋଷଣା କରିଥିଲେ ଯେ, ଆଣ୍ଡି ଜାସି ଆମାଜନର ପରବର୍ତୀ ସିଇଓ ହେବେ । ଜାସି ୧୯୯୭ରୁ ଆମାଜନ ସହ କାମ କରି ଆସୁଛନ୍ତି । ସେ ହାଭାର୍ଡ ବିଜନେଓ ସ୍କୁଲରୁ ଏମବିଏ କରିଛନ୍ତି । ସେ ଆମାଜନର ୱେବ ସର୍ଭିସର ଆରମ୍ଭ କରିଥିଲେ । ପୁଣି ଏହାକୁ କ୍ଲାଉଡ ପ୍ଲାଟଫର୍ମର ରୂପ ଦେଇଥିଲେ । ଏଥିରେ ଏବେ ଲକ୍ଷାଧିକ ୟୁଜର୍ସ ଅଛନ୍ତି ।

 

Get real time updates directly on you device, subscribe now.