fbpx
BSKY
BJD MC SKY
BJD MS SKY

ଦେଶର ପ୍ରଥମ ‘ହଲ୍ ଥ୍ରଷ୍ଟର୍’ ପ୍ରସ୍ତୁତ, ସାଟେଲାଇଟକୁ ଯୋଗାଇବ ଶକ୍ତି

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ଉଦ୍ଭାବନ କରିଛି ଭାରତ । ସାରା ବିଶ୍ୱକୁ ଚମକାଇ ଦେବା ଭଳି ନୂଆ ଇଞ୍ଜିନ୍ ପ୍ରସ୍ତୁତ କରାଯାଇପାରିଛି । ଯାହାକି ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି ଏବଂ ଉକ୍ତ ନୂଆ ଇଞ୍ଜିନ୍ ସାଟେଲାଇଟ୍ ସଞ୍ଚାଳନ କ୍ଷେତ୍ରରେ ଖୁବ୍ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି । ଏହି ନୂତନ ଯନ୍ତ୍ରଟି ହେଉଛି ‘ହଲ୍ ଇଫେକ୍ଟ ଥ୍ରଷ୍ଟର୍’ ଏବଂ ଏହା ୫୦ରୁ ୫୦୦ କେଜି ଓଜନ ବିଶିଷ୍ଟ ଅଣୁ ଉପଗ୍ରହ (ମାଇକ୍ରୋ ସାଟେଲାଇଟ୍)ଗୁଡ଼ିକୁ ଅଧିକ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଯୋଗାଣ କରିପାରିବ ।

ସୂଚନା ଅନୁସାରେ ବେଙ୍ଗାଲୁରୁସ୍ଥିତ ମହାକାଶ ବିଜ୍ଞାନ ପ୍ରଯୁକ୍ତି ସଂସ୍ଥା ‘ବେଲାଟ୍ରିକ୍ସ’ ପକ୍ଷରୁ ଏହି ଅତ୍ୟାଧୁନିକ ମୋଡେଲ୍ ଓ ଅତି ଉଚ୍ଚ କ୍ଷମତା ସମ୍ପନ୍ନ ‘ହଲ୍ ଇଫେକ୍ଟ ଥ୍ରଷ୍ଟର୍’ ନିର୍ମାଣ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସୋଭିଏସ୍ ୟୁନିଅନ୍ ପକ୍ଷରୁ ୧୯୭୦ ମସିହାରେ ପ୍ରଥମେ ଏଭଳି ଏକ ଥ୍ରଷ୍ଟର୍ ନିର୍ମାଣ କରାଯାଇଥିଲା । ଏହାପରେ ଭାରତ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ଏଭଳି ଯୁଗାନ୍ତକାରୀ ଉଦ୍ଭାବନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ବେଲାଟ୍ରିକ୍ସ ଏରୋସ୍ପେଶ୍ (Bellatrix Aerospace) ଭାରତର କୃତ୍ରିମ ଉପଗ୍ରହ (ସାଟେଲାଇଟ୍ ) ନିର୍ମାଣ କରୁଥିବା ଏକ କମ୍ପାନି । ଏହା ୨୦୧୫ରେ ପ୍ରତିଷ୍ଠିତ ହୋଇଥିବାବେଳେ ୨୦୨୩ ସୁଦ୍ଧା ନିଜସ୍ୱ ରକେଟ୍ ‘ଚେତକ୍’ ଉତକ୍ଷେପଣ ପାଇଁ କମ୍ପାନି ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.