fbpx

ମେ ୩୧ରେ ଲଞ୍ଚ ହେବ realme X7 Max 5G

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରିୟଲ ମି ଏହାର ଆଗାମୀ ସ୍ମାର୍ଟଫୋନ realme X7 Max 5G କୁ ଭାରତରେ ମେ ୩୧ରେ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହାର ଲଞ୍ଚକୁ ନେଇ କିଛି ନୂଆ ଟିଜର ମଧ୍ୟ ଜାରି କରିଛି । ଟିଜର ଦ୍ୱାରା କମ୍ପାନୀ ଫୋନର କିଛି ଫିଚର୍ସ ବିଷୟରେ ସୂଚନା ଦେଇଛି । କମ୍ପାନୀ ଏହି ଫୋନରେ MediaTek Dimensity 1200 ପ୍ରୋସେସର ରହିଥିବା ନେଇ ସୂଚନା ଦେଇଛି ।

ପୂର୍ବରୁ କମ୍ପାନୀ ଏହି ସ୍ମାର୍ଟଫୋନକୁ କମ୍ପାନୀ ଭାରତରେ ମେ ୪ ଲଞ୍ଚ କରିବାକୁ ଯୋଜନା ରଖିଥିଲା ମାତ୍ର କରୋନା ଯୋଗୁଁ ଦେଶରେ ଉପୁଜିଥିବା ପରିସ୍ଥିତି ପାଇଁ ଏହାର ଲଞ୍ଚ ଇଭେଣ୍ଟକୁ ଘୁଞ୍ଚାଯାଇଥିଲା । ତେବେ ଏହି ଫୋନର ଦାମ ୨୫୦୦୦ ରୁ ୩୦୦୦୦ ମଧ୍ୟରେ ରହିବା ନେଇ ସୂଚନା ମିଳିଛି ।

କୁହାଯାଉଛି ଏହି ଫୋନ ଚୀନରେ ଉପଲବ୍ଧ realme GT Neoର ରିବ୍ରାଣ୍ଡେଡ ଭର୍ଜନ ହେବାକୁ ଯାଉଛି । ଚୀନରେ ଏହି ଫୋନର ଦାମ ପ୍ରାୟ RMB୧,୭୯୯ ଯାହା ଭାରତୀୟ ମୁଦ୍ରାରେ ୨,୫୦୦ ଟଙ୍କା ରହିଛି ।  ତେବେ ଭାରତରେ ଏହାର 8 GB/ 128 GB ଭ୍ୟାରିଏଣ୍ଟର ଦାମ ୨୭,୯୯୯ ଟଙ୍କା  ଏବଂ 12 GB/128 GB ଭ୍ୟାରିଏଣ୍ଟର ଦାମ ୩୦,୯୯୯ ଟଙ୍କା ରହିପାରେ ।

realme X7 Max 5G  ଭାରତରେ ମେ ୩୧ ତାରିଖରେ ରେ ଲଞ୍ଚ କରାଯିବ । ତେବେ ଏହାକୁ ନେଇ ଏକ ଲଞ୍ଚ ଇଭେଣ୍ଟ ଆସନ୍ତା କାଲି ଦିନ ୧୨:୩୦ ରେ ଆରମ୍ଭ ହେବ ।  ଯାହାର ଲାଇଭ ଷ୍ଟ୍ରିମିଙ୍ଗ ମଧ୍ୟ କମ୍ପାନୀର ୟୁଟ୍ୟୁବ ଚାନେଲରେ କରାଯିବ ।  ଏହା ସହ ଏହି ଇଭେଣ୍ଟରେ realme smart tv 4K ସିରିଜ ମଧ୍ୟ ଲଞ୍ଚ କରାଯିବ ।

realme X7 max 5Gର ଫିଚର୍ସ କହିଲେ ଏଥିରେ ଭାରତର ପ୍ରଥମ MediaTek Dimensity 1200 ପ୍ରୋସେସର ରହିଥିବା ନେଇ କମ୍ପାନୀ ୱେବସାଇଟରେ ପ୍ରକାଶିତ । ଏଥିରେ ଡୁଆଲ 5G ସପୋର୍ଟ ମଧ୍ୟ ରିହିଛି । ଏହା ସହ ଏଥିରେ 360Hz Sampling Rate, 120Hz Refresh Rate ଏବଂ 1000 nits ପର୍ଯ୍ୟନ୍ତ ବ୍ରାଇଟନେସ ସହିତ Super Amoled Display ମିଳିବ । ଏହା ସହ ଏଥିରେ 50W ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ଏବଂ 64 MPର ଟ୍ରିପଲ କ୍ୟାମେରା ସେଟଅପ ମଧ୍ୟ ମିଳିବ । ତେବେ ଏହାର ବାକି ଫିଚର୍ସ ଫୋନର ଲଞ୍ଚ ପରେ ଜଣାପଡିବ ।

Get real time updates directly on you device, subscribe now.