fbpx
BSKY SKY
BSKY SKY

ରାଜ୍ୟରେ କମୁଛି ନୁତନ ସଂକ୍ରମଣ ହାର: ଏସିଏସ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ସ୍ଥିତିକୁ ନେଇ ଆଜି ଏସିଏସି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ପଜିଟିଭ୍ ହାର ହ୍ରାସ ପାଉଛି । ଆଜି ସୁଦ୍ଧା ଏହି ହାର ୧୪ ପ୍ରତିଶତ କମିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମୁଥିବା ବେଳେ ୫ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ରହିଛି ପଜିଟିଭ୍ ହାର । ମେ ୨୨ ତାରିଖରେ ସର୍ବାଧିକ ୧୨ ହଜାର ୮୫୨ ପଜିଟିଭ୍ ଚିହ୍ନଟ ହୋଇଥିଲା । ଯାହା ଏବେ ଖସି ଆସିଛି । ବାତ୍ୟା ସମୟରେ ଟେଷ୍ଟ କମିଯିବାରୁ ନୁତନ ମାମଲା ସଂଖ୍ୟା କମିଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଟେଷ୍ଟିଂ ବଢ଼ିଥିଲା ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା । ଟେଷ୍ଟିଂ ବଢ଼ିବାପରେ ଆଜି ରାଜ୍ୟରେ ୯୫୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ମେ’ ୨୨କୁ ଆମ ରାଜ୍ୟରେ ପିକ୍ ବୋଲି ଧରିବାକୁ ପଡିବ ।

ସେହିପରି ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାଡଖଣ୍ଡରେ ସଂକ୍ରମଣ କମିବା ହେଉଛି ଆଶ୍ୱସ୍ତିକର ଖବର । କାରଣ ସେଠାରେ କମୁଥିବାରୁ ସେହି ରାଜ୍ୟ ଆଖପାଖରେ ଲାଗି ରହିଥିବା ଜିଲ୍ଲା ମାନଙ୍କ ସଂକ୍ରମଣ କମୁଛି । ହେଲେ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ଭୟ ରହିଛି । ତେଣୁ ଏହି ଦୁଇ ରାଜ୍ୟର ସୀମାନ୍ତକୁ ସିଲ୍ କରିଦିଆଯାଇଛି । ୯ଟି ଜିଲ୍ଳାରେ ସଂକ୍ରମଣ କମୁଥିବା ବେଳେ କିଛି ଜିଲ୍ଳାରେ ସଂକ୍ରମଣ ଚିନ୍ତା ଜନକ ରହିଛି । ଉକ୍ତ ୯ଟି ଜିଲ୍ଲା ହେଉଛି ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ପୁରୀ, ମୟୁରଭଞ୍ଜ, ବାଲେଶ୍ୱର, ବରଗଡ ।

Get real time updates directly on you device, subscribe now.