fbpx

ବିଳମ୍ବରେ ଆସିପାରେ ମୌସୁମୀ: ଆଇଏମଡି

ନୂଆଦିଲ୍ଲୀ: ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ । ପୂର୍ବର ଆକଳନ ଅନୁସାରେ ଆସନ୍ତାକାଲି ମୌସୁମୀ ବାୟୁ କେରଳ ଛୁଇଁବାର ଥିଲା । ହେଲେ ଏହା ଦୁଇ ଦିନ ବିଳମ୍ବରେ ଆସିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜୁନ୍ ୧ ତାରିଖ ନୁହେଁ ବରଂ ଜୁନ୍ ୩ ତାରିଖରେ ମୌସୁମୀ କେରଳ ଛୁଇଁବ ।

ଆଇଏମଡି ପକ୍ଷରୁ ରବିବାର କହିଛନ୍ତି, ଜୁନ୍ ୧ ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ବହିବ ଏବଂ ଶକ୍ତି ବଢ଼ାଇବ । ଯଦ୍ୱାରା କେରଳରେ ବର୍ଷାର ଗତିବିଧି ବୃଦ୍ଧି ପାଇବ । ତେଣୁ କେରଳରେ ମୌସୁମୀର ଆରମ୍ଭ ଜୁନ୍ ୩ ବେଳକୁ ହିଁ ହେବ । ସେହିପରି ନିମ୍ନ ସ୍ତରର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ଦୃଢ଼ କରିବା ହେତୁ ଆଗାମୀ ୫ ଦିନ ମଧ୍ୟରେ ଉତ୍ତର-ପୁର୍ବ ରାଜ୍ୟ ମାନଙ୍କ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.