fbpx

ଗର୍ଲଫ୍ରେଣ୍ଡଙ୍କ ସହ ଡୋମିନିକାକୁ ରୋମାଣ୍ଟିକ ଯାତ୍ରା କରିଥିଲେ ମେହୁଲ ଚୋକସି: ଆଣ୍ଟିଗୁଆ PM

ନୂଆଦିଲ୍ଲୀ: ଆଣ୍ଟିଗୁଆ ଏବଂ ବାରବୁଦାର ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ କାରିବିଆନ୍ ରୁ ମେହୁଲ ଚୋକସିଙ୍କ ରହସ୍ୟମୟ ଭାବରେ ନିଖୋଜକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ମେ ୨୬ ରେ ଡୋମିନିକାନ୍ ପୋଲିସ କରିଥିଲା। ଗଷ୍ଟନ୍ ବ୍ରାଉନେ କହିଛନ୍ତି ଯେ “ମେହୁଲ ଚୋକସି ଏକ ଭୁଲ କରିଛନ୍ତି ଏବଂ ଆମେ ସୂଚନା ପାଇଥିଲୁ ଚୋକସି ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଯାତ୍ରା କରିଥିଲେ କିନ୍ତୁ ସେ ଡୋମିନିକାରେ ଧରାପଡିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଭାରତକୁ ପଠାଇ ଦିଆଯାଇପାରିବ ।”

୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାର ମାଷ୍ଟରମାଇଣ୍ଡ ଚୋକସି ତାଙ୍କ ଓକିଲଙ୍କ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଚଳିତ ବର୍ଷ ମେ ୨୩ ରେ ଅପହରଣ କରାଯାଇଛି। ଆଣ୍ଟିଗୁଆନ୍ ଅଧିକାରୀଙ୍କ ସହଯୋଗରେ ତାଙ୍କୁ ‘ଭାରତ ସହ ଲିଙ୍କ୍’ ଥିବା ବ୍ୟକ୍ତିମାନେ ଅପହରଣ କରିଥିବା ସେ ଦାବି କରିଛନ୍ତି। ଏହା ପରେ ତାଙ୍କୁ ମାଡ ଦିଆଯିବା, ନିର୍ଯ୍ୟାତନା ଦିଆଯିବା ସହ ଡୋମିନିକାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ମେହୁଲ ଚୋକସିଙ୍କ ଓକିଲ ଦାବି କରିଛନ୍ତି। ଆଣ୍ଟିଗୁଆ ଏବଂ ବାରବୁଦା ପୋଲିସ୍ ମୁଖ୍ୟ ମେହୁଲ ଚୋକସି ଏବଂ ତାଙ୍କର ଆଇନ ପ୍ରତିନିଧୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଆଣ୍ଟିଗୁଆ ଏବଂ ବାରବୁଦା ପିଏମ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ ମେହୁଲ ଚୋକସିଙ୍କ ସୁରକ୍ଷା ପାଇଁ ଭାରତୀୟ ଅଧିକାରୀ ଡୋମିନିକାରେ ପହଞ୍ଚିଛନ୍ତି। ଚୋକସି ଜଣେ ପଳାତକ ଏବଂ ତାକୁ ସିଧାସଳଖ ଭାରତକୁ ପଠାଯିବା  ଉଚିତ ଏଥିପାଇଁ ଡୋମିନିକାନ୍ କର୍ତ୍ତୃପକ୍ଷଙ୍କ ନିକଟରେ ସମସ୍ତ କାଗଜପତ୍ର ଉପସ୍ଥାପନ କରାଯାଇଛି। ଗଷ୍ଟନ୍ ବ୍ରାଉନ୍ ଡୋମିନିକାନ୍ ସରକାରଙ୍କୁ ମଧ୍ୟ ଯୋଗାଯୋଗ କରିଛନ୍ତି ଯେ ଚୋକସିଙ୍କୁ ଭାରତ ପଠାଯିବା ଉଚିତ ଏବଂ ଆଣ୍ଟିଗୁଆକୁ ଫେରିବା ଉଚିତ ନୁହେଁ।

ଅଭିଯୁକ୍ତ ଅପହରଣ, ନିର୍ଯ୍ୟାତନା ଏବଂ ବେଆଇନ ଭାବେ ଗିରଫ ହୋଇଥିବା ମାମଲା ଡୋମିନିକାନ୍ ହାଇକୋର୍ଟରେ ବିଚାରାଧୀନ ଅଛି। ଜୁନ୍ ୨ ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମେହୁଲ ଚୋକସିଙ୍କ ଅନ୍ୟ ଦେଶକୁ ପ୍ରତ୍ୟାବର୍ତ୍ତନ ଉପରେ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି।

Get real time updates directly on you device, subscribe now.