fbpx

ଅନଲାଇନ୍‌ କ୍ଲାସରେ ସହ ହୋମୱାର୍କର ଚାପ; ବିରକ୍ତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଳ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କରୋନା ଦ୍ବିତୀୟ ଲହରୀ ଆତଙ୍କ ଖେଳାଇଛି। ଭୟର ବାତାବରଣ ମଧ୍ୟରେ ଦେଶବାସୀ ଗୃହବନ୍ଦୀ ଜୀବନ ବିତାଉଛନ୍ତି। ଏଥି ମଧ୍ୟରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ସଟ୍‌ଡାଉନ୍  ଓ ନାଇଟ୍ କର୍ଫ୍ୟୁ ଜାରି ରହିଛି। କରୋନା କବଳରୁ ଛାତ୍ରାଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ଘର ଭିତରେ ବନ୍ଦୀ ଥିବା ପିଲାମାନେ ଲମ୍ବା ସମୟ ଧରି ସ୍କୁଲଠାରୁ ଦୂରେଇ ଯାଇଛନ୍ତି।ଛାତ୍ରମାନେ ବର୍ତ୍ତମାନ ଅନଲାଇନ୍ କ୍ଲାସ୍ ପାଠଢ଼ୁଛନ୍ତି। ଏମିତିରେ ତାଙ୍କ ପାଠପଢ଼ାରେ ଯେମିତି ବ୍ରେକ୍‌ ନଲାଗିବ ସେଥିପାଇଁ ଅନ୍‌ଲାଇନ୍‌ କ୍ଲାସର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପିଲାମାନେ ଏହି ଅନ୍ଲାଇନ୍‌ କ୍ଲାସ୍‌ ଯୋଗୁଁ ବିରକ୍ତ ହୋଇଯାଉଥିବା ମଧ୍ୟ ନଜର ଆସିଛି।

ଏଥିମଧ୍ୟରେ ଜାମ୍ମୁ କାଶ୍ମୀରରେ ରହୁଥିବା ଜଣେ ୬ ବର୍ଷୀୟା କୁନି ଝିଅର ଏକ ଅଭିଯୋଗ ଭରା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓରେ କୁନି ଝିଅଟି ଖନେଇ ଖନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି। ପ୍ରଥମରୁ କ୍ଳାସ୍‌ର ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍ ପାଠପଢ଼ା ସକାଳ ୧୦ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲୁଛି। ଫଳରେ କୁନି ଛାତ୍ରୀଜଣ ପାଠପଢ଼ାରେ ମନଲାଗୁନି। ଅନ୍‌ଲାଇନ୍‌ରେ ଅଧିକ ପାଠପଢ଼ା ହେଉଥିବାରୁ ଛୋଟ ପିଲା ଅଧିକ ଭାରାକ୍ରାନ୍ତ ହୋଇପଡୁଥିବା ଅଭିଯୋଗ କରିଛନ୍ତି।ଏଥିସହିତ ହୋମୱାର୍କର ବୋଝ ବଢ଼ି ଯାଇଛି।

 

ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଏହି ଭିଡିଓ ମାଧ୍ୟମରେ ଝିଅର ଅଭିଯୋଗ ଶୁଣିଛନ୍ତି। ଜାମ୍ମୁ କାଶ୍ମୀରରେ ରହୁଥିବା ଏହି କୁନି ଝିଅ ଅନଲାଇନ୍ କ୍ଲାସ ଯୋଗୁଁ ଅସନ୍ତୁଷ୍ଟ ଥିବା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଝିଅଟି ହୋମୱାର୍କ ଏବଂ ସ୍କୁଲରୁ ଲମ୍ବା କ୍ଲାସକୁ ନେଇ ବିରକ୍ତ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ ଜାମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା ଟ୍ୱିଟରରେ କହିଛନ୍ତି, ‘ବହୁତ ହିଁ ମନମୋହକ ଅଭିଯୋଗ। ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ବୋଝ କମ କରିବାକୁ ସ୍କୁଲ ଶିକ୍ଷା ବିଭାଗକୁ ୪୮ ଘଣ୍ଟା ମଧ୍ୟରେ ଏକ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.