fbpx

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବଡ ନିଷ୍ପତ୍ତି: ରଦ୍ଦ ହେଲା CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଦେଶବ୍ୟାପୀ ବାତିଲ ହୋଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । କୋଭିଡ ସ୍ଥିତିକୁ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କାଳରେ ସିବିଏସଇ ଦ୍ୱାଦଶ ପରୀକ୍ଷା ନେଇ ବରିଷ୍ଠ ମନ୍ତ୍ରୀ, ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ହେବ କି ନାହିଁ ସେନେଇ ସମୀକ୍ଷା ହୋଇଥିଲା । ଏହା ପୂର୍ବରୁ ସିବିଏସଇ ଦଶମ ପରୀକ୍ଷା ବାତିଲ ହୋଇସାରିଛି ।

ତେବେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଗତ ଏପ୍ରିଲ୍‌ରେ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲା । ୨୩ ମେ ରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ଏକ ଭିଡିଓ ମେସେଜ୍‌ ଜାରି କରିଥିଲେ । ସେ ଏଥିରେ ଜୁନ୍‌ ୧ କିମ୍ୱା ଏହାର ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।

Get real time updates directly on you device, subscribe now.