fbpx

୨୧ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ

ଭୁବନେଶ୍ୱର, ୬ା୨(ଓଡ଼ିଶା ଭାସ୍କର):ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ବ୍ରାଉନସୁଗାର, ଗଞ୍ଜେଇ ଚୋରାଚାଲାଣ ମଧ୍ୟ ହେଉଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ସୁନ୍ଦରପଦାରୁ ୨୧ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏନେଇ ବେପାରୀ ପ୍ରଦୀପ ସାହୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏହାସହ ଏହି ମାସକ ମଧ୍ୟରେ ୮୬୧ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏନେଇ ମାସକ ମଧ୍ୟରେ ୨୧ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ।

Get real time updates directly on you device, subscribe now.