fbpx

ଜନ୍ମଦିନ ଉତ୍ସବରେ ନାଚୁଥିଲେ ବାର୍ ଗାର୍ଲ, ରାତିରେ ପହଞ୍ଚିଲା ପୋଲିସ; ତା’ପରେ…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏପର୍ଯ୍ୟନ୍ତ କମିନାହିଁ । ତୃତୀୟ ଲହରର ଆଶଙ୍କା ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି । ଭାଇରସର ପ୍ରକୋପ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଜାରି ରହିଛି । କିନ୍ତୁ ଏହି ଲକଡାଉନ ମଧ୍ୟରେ ଅନେକ ଅମାନିଆ ନିୟମ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଗୁରୁବାର ରାତିରେ ବିହାର ରାଜଧାନୀ ପାଟନାରେ ଏକ ହୋଟେଲରେ ଚାଲିଥିଲା ନାଚଗୀତ । ଲକଡାଉନ କଟକଣାକୁ ନ ମାନି ହୋଟେଲରେ କରାଯାଉଥିଲା ପାର୍ଟୀ । କେବଳ ସେତିକି ନୁହେଁ ଏଠାରେ ଅତିଥିଙ୍କୁ ମଦ ମଧ୍ୟ ପିଇବାକୁ ଦିଆଯାଇଥିଲା । ସେହିପରି ସାମିଲ ହୋଇଥିଲେ ବାର୍ ଗାର୍ଲ ଓ ବାର୍ ଡାନ୍ସର । ତେବେ ବିଳମ୍ବିତ ରାତିରେ ପାଟନା ପୋଲିସ ଚଢ଼ଉ କରି ୩ ବାର ଡାନ୍ସରଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ପାଟନା ବୁଦ୍ଧ କଲୋନୀ ସ୍ଥିତ ଏକ ହୋଟେଲରେ ଜନ୍ମଦିନ ପାର୍ଟୀର ଅୟୋଜନ ପାଇଁ ବୁକ କରାଯାଇଥିଲା । ଜନ୍ମଦିନ ପାର୍ଟୀରେ ସାମିଲ ହୋଇଥିବା ଲୋକମାନଙ୍କୁ ଦାମୀ ମଦ ମଧ୍ୟ ଦିଆଯାଇଥିଲା । ଏହାସହ ବାର ଡାନ୍ସର ମଧ୍ୟ ଆୟୋଜନ କରାଯାଇଥିଲା । ବାର୍ ଡାନ୍ସରଙ୍କ ସହ ଲୋକମାନେ ମଧ୍ୟ ନାଚିଥିବାର ନଜର ଆସିଥିଲା । ସବୁ କିଛି ଠିକ ଚାଲିଥିଲା ତେବେ ଏହି ସମୟରେ କେହି ଜଣେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାଟନା ପୋଲିସ ବିଳମ୍ବିତ ରାତିରେ ହୋଟେଲରେ ଚଢାଉ କରିଥିଲେ ।

ହୋଟେଲରେ ବେପରୁଆ ଭାବରେ କାର୍ଯ୍ୟକ୍ରମ କରାଯାଉଥିଲା । ସେଠାରେ ଅଧିକାଂଶ ଲୋକେ ମାସ୍କ ପିନ୍ଧିନଥିଲେ । ସେମାନେ ଅଧିକ ମାତ୍ରାରେ ମଦ ପିଇଥିଲେ ଏବଂ ବାର୍ ଡାନ୍ସରଙ୍କ ସହ ନାଚୁଥିଲେ । ପୋଲିସ ପହଞ୍ଚିବା ପରେ ହୋଟଲେରେ ଚାଲିଥିବା କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା । ଅନ୍ୟପଟେ ନାଚୁଥିବା ଲୋକେ ପୋଲିସକୁ ଦେଖି ନେହୁରା ହୋଇଥିଲେ । ତେବେ ପୋଲିସ ତତ୍କାଳ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ୩ ବାର୍ ଡାନ୍ସରଙ୍କ ସହ ୧୧ ଜଣଙ୍କୁ ଗିରଫ କରିଥିଲା । ଏବେ ପାର୍ଟୀର ଆୟୋଜକ , ହୋଟେଲ ପରିଚାଳନା ଏବଂ ଆସିଥିବା ଲୋକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Get real time updates directly on you device, subscribe now.