fbpx

୨୪ ଜୁନରେ ଲଞ୍ଚ ହେବ Windowsର ପରବର୍ତ୍ତୀ ସଂସ୍କରଣ

ନୂଆଦିଲ୍ଲୀ: ଚଳିତ ମାସରେ Microsoft ଏହାର Windows ଅପରେଟିଂ ସିଷ୍ଟମର ‘ପରବର୍ତ୍ତୀ ଜେନେରେସନ୍’  ଲଞ୍ଚ କରିବାକୁ ଯାଉଛି। ଏନେଇ ଜୁନ୍ ୨୪ତାରିଖ ରାତି ୮.୩୦ ରେ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜନ କରିବ ବୋଲି କମ୍ପାନୀ ଘୋଷଣା କରିଛି। ଏହି କାର୍ଯ୍ୟକ୍ରମରେ Microsoft ସିଇଓ ସତ୍ୟ ନଡେଲା ଏବଂ ମୁଖ୍ୟ ଉତ୍ପାଦ ଅଧିକାରୀ ପାନୋସ ପାନାଇ ମଧ୍ୟ ଉପସ୍ଥିତ ରହିବେ। ନିକଟରେ ଅନୁଷ୍ଠିତ ମାଇକ୍ରୋସଫ୍ଟ ବିଲ୍ଡ ଡେଭଲପର୍ ସମ୍ମିଳନୀ ୨୦୨୧ ସମୟରେ, କମ୍ପାନୀ ୱିଣ୍ଡୋଜ ଅପରେଟିଂ ସିଷ୍ଟମର ପରବର୍ତ୍ତୀ ଭର୍ଜନ ଆଣିବା ନେଇ ସୂଚନା ଦେଇଥିଲା । ବର୍ତ୍ତମାନ ଜୁନ୍ ୨୪ ରେ ହେବାକୁ ଥିବା ଇଭେଣ୍ଟରେ ସେ ଏହି ନୂତନ ସଂସ୍କରଣକୁ ଉପସ୍ଥାପନ କରିବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ, ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମର ଏହି ନୂତନ ସଂସ୍କରଣର କୋଡ୍ ନାମକୁ ‘ସନ୍ ଭ୍ୟାଲି’ ରଖାଯାଇଛି। ଏଥିରେ ନୂତନ ୱିଣ୍ଡୋଜ୍ ଆପ୍ ଷ୍ଟୋର୍ ଏବଂ ୟୁଜର ଇଣ୍ଟରଫେସ ଦେଖିବାକୁ ମିଳିବ। ଏହା ସହିତ, ଏହି ନୂତନ ସଂସ୍କରଣରେ କିଛି ବିଶେଷ ଅପଡେଟ ମଧ୍ୟ ମିଳିବ ।

Get real time updates directly on you device, subscribe now.