fbpx

ନାସାର ରକେଟ୍ ନିର୍ମାଣର ମୁଳଦୂଆ ତତ୍ତ୍ୱାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ

ନୂଆଦିଲ୍ଲୀ: ‘ନାସା’ର ଚନ୍ଦ୍ର ଓ ଅନ୍ୟାନ୍ୟ ଅଭିଯାନ ପ୍ରକଳ୍ପ ନିମନ୍ତେ ରକେଟ୍ ନିର୍ମାଣର ମୂଳଦୁଆ ତତ୍ତ୍ବାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ ଆୟର । କୋଏମ୍ବାଟୁର୍ ଜନ୍ମିତା ସୁଭାଷିନୀ ଆୟର୍ ଆମେରିକାର ‘ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ (ଏସ୍ଏଲ୍ଏସ୍) ସହ ଗତ ଦୁଇ ବର୍ଷ ହେବ ସମ୍ପୃକ୍ତ ଅଛନ୍ତି । ୧୯୯୨ରେ ତାଙ୍କ କଲେଜରେ ସୁଭାଷିନୀ ଆୟର୍ ଥିଲେ ମେକାନିକାଲ୍ ଇଞ୍ଜିନିୟରିଙ୍ଗ୍ ରେ  ପ୍ରଥମେ ସ୍ନାତକ ହାସଲ କରିଥିବା ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ ।

ସୁଭାଷିନୀ ଆୟର କହିଛନ୍ତି, ଆମେ ଚନ୍ଦ୍ରରେ ଓହ୍ଲାଇବା ପ୍ରାୟ ୫୦ ବର୍ଷ ବିତିଗଲାଣି । ଏବେ ଆମେ ଲୋକମାନଙ୍କୁ ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟାନ୍ୟ ଗ୍ରହକୁ ନେବାକୁ ପ୍ରସ୍ତୁତି କରୁଛୁ । ରକେଟ୍ ନିର୍ମାଣର ମୂଳଦୁଆ ବା ସୁଦୃଢ଼ ଭାବେ ନିର୍ମିତ ହେବାକୁ ଥିବା ରକେଟ୍ର ଢାଞ୍ଚା ତିଆରିର ତତ୍ତ୍ବାବଧାନ କରିବା ହେଉଛି ମୋର କାର୍ୟ୍ୟ । ଢାଞ୍ଚା ଗଢ଼ାଯିବା ପରେ ତାହା ‘ନାସା’କୁ ଯୋଗାଇ ଦିଆଯାଏ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଚନ୍ଦ୍ର ପୃଷ୍ଠରେ ଅଧିକ ଅନୁସନ୍ଧାନ ନିମନ୍ତେ ‘ନାସା’ର ‘ଆର୍ଟେମିସ୍ ଲୁନାର୍ ଏକ୍ସପ୍ଲୋରେସନ୍ ପ୍ରୋଗ୍ରାମ୍’ ଅନେକ ଅଭିନବ ବୈଷୟିକ ବିଦ୍ୟା ଓ ପଦ୍ଧତି ବ୍ୟବହାର କରିଛି । ‘ନାସା’ର ନୂଆ ରକେଟ୍ ‘ସ୍ପେସ୍ ଲଞ୍ଚ୍ ସିଷ୍ଟମ୍’ ମହାକାଶଚାରୀଙ୍କୁ ପୃଥିବୀ ଠାରୁ ‘ଅରିଅନ୍ ମହାକାଶଯାନ’କୁ ନେଇଯିବ । ଏଥିସହ ‘ଡିପ୍ ସ୍ପେସ୍ ଏକ୍ସପ୍ଲୋରେସନ୍ ସିଷ୍ଟମ୍’ ପରୀକ୍ଷା କରିବା ନିମନ୍ତେ ‘ନାସା’ ଚନ୍ଦ୍ର ଚତୁର୍ପାଶ୍ବରେ ଦୁଇଟି ଅଭିଯାନରେ ରକେଟ୍ ଉଡ଼ାଣ କରିବ ।

Get real time updates directly on you device, subscribe now.