fbpx

ଦେଶକୁ ମିଳିଲା ଆଶ୍ୱସ୍ତି, ୬୧ଦିନରେ ସବୁଠୁ କମ୍ ନୂଆ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶ ନୟାନ୍ତ ହୋଇଗଲାଣି । ତେବେ ଗତ କିଛିଦିନ ହେବ ସଂକ୍ରମଣ ନିୟନ୍ତ୍ରଣ ହେବାକୁ ଲାଗିଛି । ଫଳରେ କରୋନା ସଂକ୍ରମଣ ଗ୍ରାଫ୍ ଖସିଛି ଏବଂ ଗତ ୬୧ ଦିନ ମଧ୍ୟରେ ଦେଶକୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଦୁଇମାସ ମଧ୍ୟରେ ସବୁଠୁ କମ୍ ସଂକ୍ରମଣ ସଂଖ୍ୟା ରହିଥିବା ସୋମବାର ଜଣାପଡ଼ିଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୩୬ ନୂଆ ସଂକ୍ରମିତ ପଞ୍ଜୀକୃତ ହୋଇଛନ୍ତି । ଅନ୍ୟପକ୍ଷରେ ସଂକ୍ରମଣ ହାର କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ପାଇଁ ଚିନ୍ତା ଦୂରେଇ ହେଉନି ।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୨,୪୨୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୭୪ ହଜାର ୩୯୯ ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ଦେଶରେ କରୋନା ଚିକିତ୍ସାଧୀନଙ୍କ ସଂଖ୍ୟା ୧୪ ଲକ୍ଷ ତଳକୁ ଖସିଛି । ରବିବାର ରିପୋର୍ଟକୁ ଅନୁଧ୍ୟ୍ୟାନ କଲେ ବିଗତ ୨୪ ଘଣ୍ଟାରେ ୭୬,୧୯୦ ଚିକିତ୍ସାଧୀନଙ୍କ ସଂଖ୍ୟା କମିଛି । ସେପଟେ ମହାରାଷ୍ଟ, ଉତ୍ତରପ୍ରଦେଶ, ଦିଲ୍ଲୀ ଓ ତାମିଲନାଡୁରେ ଲକଡାଉନ୍ ପ୍ରତିବନ୍ଧକ ସୋମବାରଠାରୁ କୋହଳ ହେବ ବୋଲି ସୂଚନା ମିଳିଛି । ସେହି ସବୁ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଦେଶର ରାଜଧାନୀରେ ମଧ୍ୟ ଆଜିଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ମୋଟ ଉପରେ ଗତ ୨୫ ଦିନ ହେବ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ ଚାଲିଛି । ସେହିପରି ଦେଶରେ ଆରୋଗ୍ୟ ହାର ୯୩.୯୪%କୁ ବୃଦ୍ଧି ପାଇଛି । ଦୈନିକ ପଜେଟିଭ୍ ହାର ୫.୭୮ରୁ କମିଛି । ୧୨ ଦିନ ଧରି ଏହି ହାର ୧୦% ତଳେ ରହିଛି । ସେହିପରି ସାପ୍ତାହିକ ସଂକ୍ରମିତ ହାର ୬.୩୪% ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.