fbpx

ଜୁଲାଇ ୨୦ ରେ ମହାକାଶକୁ ଯିବେ ଆମାଜନ ସିଇଓ ଜେଫ ବେଜୋସ

ନୂଆଦିଲ୍ଲୀ: ମହାକାଶକୁ ଯାଉଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ । ଜେଫ୍ ବେଜୋସଙ୍କର ବ୍ଲୁ ଅରିଜିନ୍ ନାମକ ଏକ ସ୍ପେସ୍ କମ୍ପାନୀ ମଧ୍ୟ ଅଛି । ଜେଫ୍ ବେଜୋସ୍ ଘୋଷଣା କରିଛନ୍ତି ଯେ ଜୁଲାଇ ୨୦ ରେ ସେ ନିଜ ଭାଇଙ୍କ ସହ ମହାକାଶକୁ ଯିବେ। ଜେଫ୍ ବେଜୋସଙ୍କ ଅନୁଯାୟୀ, ସେ ତାଙ୍କ କମ୍ପାନୀ ଦ୍ୱାରା ପଠାଯାଇଥିବା ପ୍ରଥମ ମାନବ ମହାକାଶ ବିମାନର ଅଂଶ ହେବେ । କୌତୁହଳର ବିଷୟ, ଜେଫ୍ ବେଜୋସ୍ ଆମାଜନ ସିଇଓ ପଦ ଛାଡିବାର ମାତ୍ର ୧୫ ଦିନ ପରେ ମହାକାଶକୁ ଯିବେ।

ଜେଫ୍ ବେଜୋସ୍ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ‘ମୁଁ ପାଞ୍ଚ ବର୍ଷ ବୟସରୁ ମହାକାଶରେ ଭ୍ରମଣ କରିବାର ସ୍ୱପ୍ନ ଦେଖିଥିଲି ।’ ସେ ଏହା ମଧ୍ୟ କହିଛନ୍ତି ଯେ ଜୁଲାଇ ୨୦ ରେ ସେ ନିଜ ଭାଇଙ୍କ ସହ ଏକ ନୂଆ ଦୁଃସାହାସିକ ଯାତ୍ରା ପାଇଁ ବାହାରକୁ ଯିବେ। ମେ ମାସରେ, ବ୍ଲୁ ଅରିଜିନ୍ ଏକ ବଡ ଘୋଷଣା କରିଥିଲା । ଏହି ଘୋଷଣାରେ ନୂତନ ବିମାନକୁ ଲଞ୍ଚ କରାଯାଇଥିଲା । ପ୍ରତ୍ୟେକ ବିମାନ ୬ ଜଣଙ୍କୁ ବହନ କରିବାକୁ ସକ୍ଷମ ।

ଜେଫ୍ ବେଜୋସ୍ ମହାକାଶକୁ ଯାଉଥିବା ପ୍ରଥମ କୋଟିପତି । ଏହି ଘୋଷଣା ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ, କାରଣ ସାଧାରଣତ ଟେସଲା ପ୍ରତିଷ୍ଠାତା ଏଲୋନ୍ ମସ୍କ ମହାକାଶ ଏବଂ ମଙ୍ଗଳ ଗ୍ରହକୁ ଯିବା ବିଷୟରେ କହଥାନ୍ତି । କିନ୍ତୁ ବର୍ତ୍ତମାନ ଜେଫ୍ ବେଜୋସ୍ ତାଙ୍କ ନାମରେ ଏହି ରେକର୍ଡ କରିଛନ୍ତି।

 

Get real time updates directly on you device, subscribe now.