fbpx

ସୋନୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ହୁମା, ଜାଣନ୍ତୁ କ’ଣ କହିଲେ ସୋନୁ…

ମୁମ୍ବାଇ (ଓଡ଼ିଶା ଭାସ୍କର) : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ସୋନୁ ସୁଦ ନିଜେ ଲାଜେଇ ଯାଇଛନ୍ତି । ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି, ‘ଟିକେ ଅଧିକ ହୋଇଗଲା’ । ସେ କହିଛନ୍ତି, ‘ହୁମା ବହୁତ ଦୟାଳୁ । । ଯଦି ସେ ଭାବୁଛନ୍ତି ଯେ ମୁଁ ଏହି ସମ୍ମାନ ପାଇଁ ଯୋଗ୍ୟ ତାହେଲେ ନିଶ୍ଚୟ କିଛି ଭଲ କରିଥିବେ । କିନ୍ତୁ ମୁଁ ଏଥିରେ ତାଙ୍କ ସହ ସହମତ ନୁହେଁ । ଆମ ପାଖରେ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ଅଛନ୍ତି । ଏହିଭଳି ଦାୟିତ୍ୱ ନେବା ପାଇଁ ମୋର ବୟସ ହୋଇନି । ରାଜୀବ ଗାନ୍ଧୀ ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ସେତେବେଳେ ସେମିତି ପରିସ୍ଥିତି ଥିଲା । ତା’ଛଡା ସେ ଜଣେ ରାଜନୈତିକ ପରିବାରରୁ ଆସିଥିଲେ । କିନ୍ତୁ ଏହି ଭଳି କୌଣସି ଯୋଗ୍ୟତା ନାହିଁ ।’

ସ୍ପଟବଏ ସହ କଥା ହୋଇ ସୋନୁ ସୁଦ କହିଛନ୍ତି ଯେ ସେ ନିଜକୁ ରାଜନୀତିଠୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ରାଜନୀତି ତାଙ୍କ ବିରୋଧୀଙ୍କୁ ଅଶାନ୍ତି କରିବ । ସେ କହିଛନ୍ତି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜମା ଚାହାଁନ୍ତିନି ଯେ ସୋନୁ ସୁଦ ରାଜନୀତିରେ ପ୍ରବେଶ କରନ୍ତୁ । ସେମାନଙ୍କୁ ସେ ଧୋକା ଦେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । ସେ ବାସ ନିଜ କାମ କରିବାକୁ ଚାହୁଁଛନ୍ତି । ସେ ଜଣେ ଅଭିନେତା ଭାବେ ନିଜ କାମକୁ ଖୁବ ଉପଭୋଗ କରୁଛନ୍ତି ଓ ସାଧାରଣ ଜନତାଙ୍କ ସମସ୍ୟାର ଏକ ଅଂଶ ବୋଲି ସୋନୁ କହିଛନ୍ତି । ରାଜନୀତିରେ ସାମିଲ ନ ହୋଇ ମଧ୍ୟ ଆମେ ସମସ୍ତ ନିଜ ନିଜ କାମ କରିପାରିବା ବୋଲି କହିଛନ୍ତି ସୋନୁ ସୁଦ ।କିଛି ଦିନ
ପୂର୍ବରୁ ହୁମା କ୍ୟୁରେଶି ବଲିଉଡ ହଙ୍ଗାମା ସହ କଥାବାର୍ତ୍ତା ବେଳେ ସେ କଣ ବିଚାର କରୁଛନ୍ତି ସେ ସମ୍ପର୍କରେ କହିଥିଲେ ।

ହୁମା କହିଥିଲେ ଯେ ସୋନୁ ସୁଦ ନିର୍ବାଚନ ଲଢ଼ି ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ । କରୋନା କାଳରେ ଲୋକଙ୍କୁ ସେ ଯେଉଁଭଳି ଭାବେ ସାହାଯ୍ୟ କରିଛନ୍ତି ଏବଂ ଏବେ ବି କରୁଛନ୍ତି ତାକୁ ଦେଖି ଅନେକ ଲୋକ ସୋନୁଙ୍କୁ ଏହି ଭଳି ପରାମର୍ଶ ଦେଇଛନ୍ତି । କିନ୍ତୁ ସୋନୁ ସୁଦ କେବଳ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ହୁମା କ୍ୟୁରେଶି ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ମହାରାଣୀ’ରେ ନିଜର ଅଭିନୟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ହୁମା ମୁଖ୍ୟମନ୍ତ୍ରୀ ଚରିତ୍ରରେ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.