fbpx

ରାଜ୍ୟସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ସସ୍ମିତ

ନୂଆଦିଲ୍ଲୀ, ୭ା୨: ରାଜ୍ୟସଭାରେ ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠିଥିବା ସୂଚନା ମିଳିଛି । ଛତିଶଗଡ଼ ପକ୍ଷରୁ ବେଆଇନ ବ୍ୟାରେଜ ପ୍ରସଙ୍ଗ ଉଠାଇଛନ୍ତି ସସ୍ମିତ ପାତ୍ର । ଆଜି ଓଡ଼ିଶା ଜଳ ପାଇଁ ସଙ୍ଘର୍ଷ କରୁଛି ବୋଲି ସସ୍ମିତ କହିଛନ୍ତି । ବେଆଇନ ବ୍ୟାରେଜ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି । ଏହାଦ୍ୱାରା ଓଡ଼ିଶାର ୨କୋଟି ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାସହ ଓଡ଼ିଶାର ଚାଷୀ ଏଥିପାଇଁ ହଟହଟା ହେଉଛନ୍ତି । ୨ବର୍ଷରେ ଟ୍ରିବ୍ୟୁନାଲ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ । ମହାନଦୀ ଟ୍ରିବ୍ୟୁନାଲ ନାମକୁ ମାତ୍ର କି ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି ରଖିଛନ୍ତି ସସ୍ମିତ । ସେହିପରି ପୋଲାଭରମ ପ୍ରସଙ୍ଗରେ ମତ ରଖିଛନ୍ତି ସସ୍ମିତ । ପୋଲାଭରମ ଯୋଗୁଁ ୬ହଜାର ଆଦିବାସୀ ପ୍ରଭାବିତ ହେବେ । ଏହିସବୁ ଓଡ଼ିଆରେ ବିବୃତ ରଖିଛନ୍ତି ସସ୍ମିତ ପାତ୍ର । ମାତୃଭାଷାରେ ବିବୃତ ରଖିଥିବାରୁ ଖୁସି ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ।

Get real time updates directly on you device, subscribe now.