fbpx

ଦଶ ସେକେଣ୍ଡ ବିଳମ୍ବ ହୋଇଥିଲେ ମୃତ୍ୟୁ ସୁନିଶ୍ଚିତ: ଆରପିଏଫ୍ କନଷ୍ଟେବଳଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଧିକାଂଶ ସମୟରେ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା ସମୟରେ ଧ୍ୟାନ ଦେଇ ନଥାନ୍ତି । ସାମାନ୍ୟ ଅସାବଧାନତା କାରଣରୁ ଅନେକ ଯାତ୍ରୀ ଟ୍ରେନରେ ଚାପି ହୋଇ ମୃତ୍ୟୁବରଣ କରିଥାନ୍ତି । ମହାରାଷ୍ଟ୍ରରେ ଜଣେ ଆରପିଏଫ୍ କନଷ୍ଟେବଳ ଜଣେ ଯାତ୍ରୀଙ୍କୁ ନିଶ୍ଚିତ ମରଣ ମୁହଁରୁ ବଞ୍ଚାଇଛନ୍ତି । ଏହି ସୁକାର୍ଯ୍ୟ ପରେ ଉକ୍ତ କନଷ୍ଟେବଳଙ୍କୁ ଚାରିଆଡ଼ୁ ପ୍ରଶଂସାର ଛୁଅ ଛୁଟିଛି ।

ମୁମ୍ବାଇ ଲୋକମାନ୍ୟ ତିଲକ ଟର୍ମିନସରେ ଏହି ଘଟଣାଟି ଘଟିଥିଲା । ଜଣେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରୁଥିବା ସମୟରେ ତଳେ ପଡ଼ିଯାଇଥିଲେ । ଏହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ଆରପିଏଫ୍ କନଷ୍ଟେବଳ ମିଲିନ୍ଦ ଠାକୁର ଉପସ୍ଥିତି ବୁଦ୍ଧି ଖଟାଇ ଉକ୍ତ ଯାତ୍ରୀକୁ ବଞ୍ଚାଇବାରେ ସଫଳ ହୋଇଥିଲେ । ଏହି ଘଟଣାଟି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରାଯାଇଥିଲା । ଜଣେ ଯାତ୍ରୀ ଟ୍ରେନରେ ଧକ୍କା ହେବାକୁ ଯାଉଥିବା ସମୟରେ କନେଷ୍ଟବଳ ତାଙ୍କୁ ଟାଣି ଆଣୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.