fbpx

ଉହାନ ଲ୍ୟାବ ସମ୍ପର୍କରେ ଚକିତ କଲା ଭଳି ରିପୋର୍ଟ ଦେଲେ ବ୍ରିଟିଶ୍ ସାମ୍ବାଦିକ, ଜାଣନ୍ତୁ କଣ…

ନୂଆଦିଲ୍ଲୀ: ପ୍ରଥମେ ଆମେରିକା ଆଉ ପରେ ପରେ ବ୍ରିଟେନ୍ । ଉଭୟ ଦେଶର ସମାନ ଦାବି ଯେ ଚୀନର ଉହାନ ଲାବ୍ ରେ ହିଁ ତିଆରି କରାଯାଇଛି କରୋନା ଭୂତାଣୁ। କରୋନା ଆରମ୍ଭରୁ ସାରା ବିଶ୍ୱର ସନ୍ଦେହଘେରରେ ରହିଆସିଥିବା ସେହି ଚର୍ଚ୍ଚିତ ଉହାନ୍ ଲାବ୍ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ପ୍ରକାଶ ପାଉଛି । ଅନେକ ଗବେଷକ ତଥା ବିଶେଷଜ୍ଞ ଅନୁଧ୍ୟାନ କରି ସେହି ସମାନ ମତ ଦେଉଛନ୍ତି । ଏହି କ୍ରମରେ ଜଣେ ବ୍ରିଟେନ୍ ସାମ୍ବାଦିକ ମଧ୍ୟ ନିଜର ଗଭୀର ଅଧ୍ୟୟନରୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଉହାନ ଲାବ୍ ରେ ଚୀନ୍ ବୈଜ୍ଞାନିକମାନେ ହିଁ ସୃଷ୍ଟି କରିଛନ୍ତି ମହାମାରୀ କରୋନା ଭାଇରସ୍ । ଖାଲି ସେତିକି ନୁହେଁ, ଚୀନ୍ ବୈଜ୍ଞାନିକମାନେ ଲାବ୍ ରେ ପଶୁଜନ୍ତୁଙ୍କ ଜିନ୍ ମଧ୍ୟ ବଦଳାଉଛନ୍ତି ବୋଲି କହିଛନ୍ତି ବ୍ରିଟେନର ସାମ୍ବାଦିକ ।

ସାମ୍ବାଦିକ ଜ୍ୟାସପର ୱେକରଙ୍କ ସୂଚନା ଅନୁସାରେ ଚୀନ୍ ବୈଜ୍ଞାନିକମାନେ ଜେନେଟିକ୍ ଇଞ୍ଜିନିୟରିଂ ପ୍ରଣାଳୀ ଉପଯୋଗ କରି ୧ ହଜାରରୁ ଅଧିକ ପଶୁଜନ୍ତୁଙ୍କ ଜିନ୍ ପରିବର୍ତ୍ତନ କରାଇଛନ୍ତି । ଏପରିକି ମାଙ୍କଡ଼ ଓ ଠେକୁଆ ଭଳି ଆଦି ପ୍ରାଣୀଙ୍କୁ ଭୂତାଣୁ ଇଞ୍ଜେକ୍ସନ ମଧ୍ୟ ପ୍ରୟୋଗ କରାଯାଇଥିଲା ।

ଅଧିକ ପଢ଼ନ୍ତୁ…

ଚାଇନାର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି କରୋନା ଭାଇରସ୍

ଖୋଦ ଚୀନର ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ରିପୋର୍ଟକୁ ଆଧାର କରି ସାମ୍ବାଦିକ ୱେକର୍ ଏହି ସିଦ୍ଧାନ୍ତ ଉପସ୍ଥାପନ କରିଛନ୍ତି । ତାଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱସ୍ତରରେ ପୁଣି ଉହାନ ଲାବକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୈଜ୍ଞାନିକଙ୍କ ମତରେ ପଶୁଜନ୍ତୁଙ୍କୁ ଏଭଳି ଭୂତାଣୁ ଇଞ୍ଜେକ୍ସନ ପ୍ରୟୋଗ କରାଯିବା ଫଳରେ କରୋନା ମହାମାରୀ ସୃଷ୍ଟି ହୋଇଛି! ଖାଲି ସେତିକି ନୁହେଁ, ସଦ୍ୟ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଯେଉଁସବୁ ଗବେଷଣା ପ୍ରତି ପ୍ରତିବନ୍ଧକ ଲଗାଯାଇଛି ସେହି ସବୁ ଉହାନ ଲାବରେ ପରୀକ୍ଷା କରାଯାଉଛି । ସେଥିରୁ ମଣିଷ ମଧ୍ୟ ବାଦ୍ ପଡୁନି । ନିଷେଧାଦେଶ ରହିଥିôବା ବିଭିନ୍ନ ପରୀକ୍ଷା ପାଇଁ ଚୀନକୁ ବିଶ୍ୱସ୍ତରରେ ନିନ୍ଦା ମଧ୍ୟ କରାଯାଉଛି ।

Get real time updates directly on you device, subscribe now.