fbpx

ଚାଇନାର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି କରୋନା ଭାଇରସ୍! ଏହି ଦାବି ଉପରେ ମୋହର ଲଗାଇଲା ଆମେରିକାର ଏହି ରିପୋର୍ଟ

Advertisement

ନୂଆଦିଲ୍ଲୀ: ଗତ ଦେଢ଼ ବର୍ଷ ମଧ୍ୟରେ ଚାଇନାରୁ ଆସିଥିବା କୋଭିଡ୍ ମହାମାରୀ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏହା କବଳରୁ ବର୍ତ୍ତି ନ ପାରି ବିଶ୍ୱର କୋଟି କୋଟି ଲୋକ ପ୍ରାଣ ହରାଇସାରିଲେଣି । ପୃଥିବୀର ଜନସଂଖ୍ୟା ଉପରେ ଏହା ବିଶେଷ ପ୍ରଭାବ ପକାଇଛି । ତେବେ ବିଭିନ୍ନ ଦେଶ ପକ୍ଷରୁ କୋଭିଡ୍ ମହାମାରୀର ଉତ୍ପତ୍ତିସ୍ଥଳକୁ ନେଇ ସ୍ପଷ୍ଟ ରୁପେ ଜଣାପଡିନଥିବା ବେଳେ ଏହାକୁ ନେଇ ଗବେଷଣା ଏପର୍ଯ୍ୟନ୍ତ ଜାରି ରହିଛି । ହେଲେ ଅନେକ ଦେଶ ଚାଇନାର ଉହାନ୍ ଲ୍ୟାବରୁ ଏହି ମାରାତ୍ମକ ଭାଇରସ୍ ର ଉତ୍ପତି ହୋଇଛି ବୋଲି ଦାବି କରୁଛନ୍ତି । ଆମେରିକୀ ଲ୍ୟାବର ଏକ ରିପୋର୍ଟ ଏବେ ଏହି କଥା ଉପରେ ମୋହର ଲଗାଇଛନ୍ତି ।

ସୂଚନା ମୁତାବକ, ଆମେରିକାର ସରକାର କରୋନା ଭାଇରସ୍ କୁ ନେଇ ଏକ ରିସର୍ଚ୍ଚ ଜାରି ରଖିଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ, କରୋନା ଭାଇରସ୍ ଚାଇନାର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି । ଏଥିସହିତ କୁହାଯାଇଛି ଯେ, ଏ ଦିଗରେ ଯାଞ୍ଚ ଆରମ୍ଭ କରିବାକୁ ପଡିବ । ରିପୋର୍ଟ ମୁତାବକ, ମେ ୨୦୨୦ରେ କାର୍ଲିଫର୍ଣ୍ଣିଆର ଲରେନ୍ସ ଲିଭରମୋର୍ ନ୍ୟାସନାଲ୍ ଲାବୋରଟୋରୀ ଏହା ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିଥିଲା । ଟ୍ରମ୍ପଙ୍କ ଶାସନର ଠିକ୍ କିଛି ଦିନ ପୂର୍ବରୁ ସ୍ୱରାଷ୍ଟ୍ର ବିଭାଗ ଏହି ଭୁତାଣୁର ମୂଳ ଉତ୍ପତ୍ତି ସ୍ଥାନକୁ ନେଇ ଯାଞ୍ଚ କରିବାକୁ ନେଇ ଆଦେଶ ଦେଇଥିଲେ । ଲରେନ୍ସ ଲିଭରମୋରଙ୍କ ମୁଲ୍ୟାୟନ କୋଭିଡ୍-୧୯ ଭାଇରସ୍ ର ଜିନୋମିକ୍ ବିଶ୍ଲେଷଣ ଉପରେ ଆଧାରିତ ।

ଅଧିକ ପଢ଼ନ୍ତୁ…

ଚୀନ୍ ବୈଜ୍ଞାନିକମାନେ ଲାବ୍ ରେ ପଶୁଜନ୍ତୁଙ୍କ ଜିନ୍ ମଧ୍ୟ ବଦଳାଉଛନ୍ତି 

ଆମେରିକାର ଜାତୀୟ ପରାମର୍ଶଦାତା ଜ୍ୟାକ୍ ସଲିଭାନ୍ କହିଛନ୍ତି ଯେ, କୋଭିଡ୍ ର ଉତ୍ପତ୍ତି ସ୍ଥଳ ବାହାର କରିବାକୁ ଆମେରିକା ଅନ୍ତର୍ଜାତୀୟ ସମୁଦାୟ ସହ ମିଶି ଚାଇନା ଉପରେ ଚାପ ପକାଇବା ଜାରି ରଖିବ । ଏଥିସହିତ ନିଜ ସ୍ତରରେ ମଧ୍ୟ କଠିନ ସମୀକ୍ଷା ଏବଂ ପ୍ରୟାସ ଜାରି ରଖିବ ।

Get real time updates directly on you device, subscribe now.