fbpx
BJD SKY
BJD SKY

ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ କଲେ ମହିଳାଙ୍କ ଅପରେସନ୍: ଏହାପରେ କ’ଣ ଘଟିଲା, ଜାଣନ୍ତୁ….

BJD

ଲାହୋର: ପାକିସ୍ତାନର ଏକ ସରକାରୀ ହସ୍ପିଟାଲରେ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ମହିଳାଙ୍କ ଅପରେସନ୍ କରିବା ଭାରି ପଡ଼ିଛି । ଅପରେସନ୍ କରିବାର ଦୁଇ ସପ୍ତାହ ପରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି । ଲାହୋରର ଏକ ହସ୍ପିଟାଲରେ ଜଣେ ୮୦ ବର୍ଷୀୟା ମହିଳାଙ୍କର ଅପରେସନ୍ କରାଯାଇଥିଲା ।

ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ଶରୀରର ଏକ ଘା’କୁ ଅପରେସନ୍ କରିବାର ଆବଶ୍ୟକତା ଥିଲା । ମାତ୍ର ହସ୍ପିଟାଲରେ କୌଣସି ସର୍ଜରୀ ଡାକ୍ତରୀ ନଥିଲେ । ଜଣେ ଟେକନିସିଆନଙ୍କ ସହିତ ମିଶି ସିକ୍ୟୁରିଟି ଗାର୍ଡ ଜଣଙ୍କ ଏହି ଅପରେସନ୍ କରିଥିବା କୁହାଯାଉଛି । ଅପରେସନ୍ ପରେ ରକ୍ତସ୍ରାବ ଜାରି ରହିବା ସହ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ଏହାର ଦୁଇ ସପ୍ତାହ ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମହିଳାଙ୍କ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଅପରେସନ କରିଥିବା ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିବା ସହ ପଚରା ଉଚରା ଜାରି ରଖିଛି । ତେବେ ରୋଗୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଉକ୍ତ ଗାର୍ଡଙ୍କୁ ଦୁଇବର୍ଷ ପୂର୍ବରୁ ହସ୍ପିଟାଲରୁ ବହିଷ୍କାର କରାଯାଇଥିବା ହସ୍ପିଟାଲ କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.