fbpx

୭୨ ଘଣ୍ଟା ଅପେକ୍ଷା କଲେ ୫୦ ଯୁବକ! ହେଲେ ହୋଟେଲରୁ ଆସିଲେନି ସୁନ୍ଦରୀ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଗଳ ଭଳି ଭଲ ପାଆନ୍ତି । ମନେମନେ ଖୁବ୍ ଆଶା ରଖନ୍ତି । ଆଉ ଭେଟ ହେବାର ସୁଯୋଗ ଖୋଜିବା ବେଳେ ସୁନ୍ଦରୀ ଯଦି କଥା ଦିଅନ୍ତି… କିଏ ବା ଅପେକ୍ଷା ନକରିବ! ଠିକ୍ ସେମିତି ନିଜ ପସନ୍ଦର ପ୍ରିୟ ସୁନ୍ଦରୀଙ୍କୁ ଭେଟ ହେବାକୁ ନଖାଇ ନଶୋଇ ୭୨ ଘଣ୍ଟା ଅପେକ୍ଷା କଲେ ୫୦-୬୦ ଜଣ ଯୁବକ । କିନ୍ତୁ ହୋଟେଲ୍ ବାହାରକୁ ଆସିଲେନି ସୁନ୍ଦରୀ ।

ଘଟଣାଟି ଅବିଶ୍ୱାସ ମନେହେଉଛି । କିନ୍ତୁ ବଲିଉଡ୍ ଇଣ୍ଡଷ୍ଟ୍ରୀରେ କଣ ଯେ ନଘଟୁଛି! ସବୁ ଅଭିନେତା ଆଉ ଅଭିନେତ୍ରୀଙ୍କ ସ୍ୱତନ୍ତ୍ର ପ୍ରଶଂସକ ବା ଫ୍ୟାନ୍ ରହିଛନ୍ତି । ବିଶେଷକରି ସୋସିଆଲ୍ ମିଡିଆରେ ନିଜ ପ୍ରିୟ କଳାକାରଙ୍କୁ ଅନେକ ଫଲୋଅପ୍ କରିବା ସହ ସେମାନଙ୍କ ପୋଷ୍ଟକୁ ଅପେକ୍ଷା କରିଥାନ୍ତି । ଅନ୍ୟପକ୍ଷରେ ନିଜ ଫ୍ୟାନ୍ ମାନଙ୍କୁ ଆକର୍ଷିତ କରିବା ପାଇଁ ଅଭିନେତ୍ରୀମାନେ ମଧ୍ୟ ଭଳିକି ଭଳି ଫଟୋ ଓ ଭିଡିଓ ସେଆର୍ କରୁଛନ୍ତି । କିନ୍ତୁ ଅଭିନେତ୍ରୀ ଉର୍ବସୀ ରୌତେଲା କଥା ଦେଇ ନିଜର ଫ୍ୟାନମାନଙ୍କୁ ଠକିଦେଲେ ବୋଲି ଜଣାପଡ଼ିଛି । ପରେ ଉର୍ବସୀ କ୍ଷମା ମଧ୍ୟ ମାଗିବା ପ୍ରସଙ୍ଗକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଘଟଣା ଅନୁସାରେ ଉର୍ବସୀ ଏକ ନୂଆ ଫିଲ୍ମ ପାଇଁ ଶୁଟିଂକୁ ଯାଇଥିଲେ । ଆଉ ସେଠାରୁ ଫେରିବା ପରେ ସାମାନ୍ୟ ଅସୁସ୍ଥ କାରଣରୁ ହୋଟେଲ୍ରେ ବିଶ୍ରାମ ନେଇଥିଲେ । କିନ୍ତୁ ସେତେବେଳକୁ ତାଙ୍କର ଅନେକ ପ୍ରଶଂସକ ହୋଟେଲ୍ ବାହାରେ ଅପେକ୍ଷା କରିଥିଲେ । ଏ ବିଷୟରେ ଉବର୍ସୀ ଅଜଣା ଥିଲେ ଏବଂ ୭୨ ଘଣ୍ଟା ବିତିବା ପରେ ଯେତେବେଳେ ବାହାରକୁ ବାହାରିଲେ କେତେକ ପ୍ରଶଂସକଙ୍କୁ ଭେଟି ଫଟୋ ଉଠାଇଥିଲେ । ହେଲେ ତରତରରେ ଅନ୍ୟତ୍ର ପଳାଇଥିଲେ । ଫଳରେ ତାଙ୍କୁ ଭେଟି ପାରିନଥିବା ଫ୍ୟାନ୍ ମାନେ ନିରାଶ ହୋଇ ଏକ ଭିଡିଓ ସେଆର୍ କରିଦେଲେ ସୋସିଆଲ୍ ସାଇଟରେ । ଏହି ଭିଡିଓକୁ ଦେଖିବା ପରେ ଅଭିନେତ୍ରୀ ଉର୍ବସୀ ସେହି ଫ୍ୟାନମାନଙ୍କୁ କ୍ଷମା ମାଗିବା ସହ ନିଶ୍ଚୟ ଭେଟ ହେବ ବୋଲି ପୁଣି କଥା ଦେଇଛନ୍ତି ।

Urvasi Routela #OdishaBhaskar

ଏହି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । କେତେକ କହୁଛନ୍ତି- ଠକିଦେଲେ ଉର୍ବସୀ । ଆଉ କିଏ କହୁଛି, ଠକିବେନି ତ ଉର୍ବସୀ!

 

Get real time updates directly on you device, subscribe now.