fbpx

ଖୁବଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ନୂଆ ଡିଜିପି

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଖୁବଶୀଘ୍ର କାର୍ଯ୍ୟରେ ନୂଆ ପୋଲିସ ମହାନିର୍ଦ୍ଦେଶକ ଯୋଗଦେବେ ବୋଲି ଜଣାପଡ଼ିଛି । ନିକଟରେ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଅଭୟ । ନୂଆ ଡିଜି ଭାବେ ଅଭୟଙ୍କ ନାମ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଭୟ ଏବେ ହାଇଦ୍ରାବାଦ ଜାତୀୟ ପୋଲିସ ଏକାଡ଼େମିର ନିର୍ଦ୍ଦେଶକ ଅଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ନୂଆ ପୋଲିସ ଡିଜି ଅଭୟ ଅଛନ୍ତି । ଅଭୟଙ୍କୁ ଦାୟିତ୍ୱମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଅନୁରୋଧ କରିଛନ୍ତି । ବର୍ତ୍ତମାନ ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି ସତ୍ୟଜିତ ମହାନ୍ତି ।

Get real time updates directly on you device, subscribe now.