fbpx

ବକ୍ସର ଡିଙ୍ଗକୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂହଙ୍କର ଆଜି ପରଲୋକ ଘଟିଛି । ମଣିପୁରର ବକ୍ସର ଡିଙ୍ଗକୋଙ୍କୁ ମୃତ୍ୟୁବେଳକୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ୧୯୯୮ରେ ବ୍ୟାଙ୍କକ ଏସିଆନ୍ ଗେମସରେ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ । ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ରେ ଡିଙ୍ଗକୋ ସିଂହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଡିଙ୍ଗକୋଙ୍କ ବିୟୋଗରେ କ୍ରୀଡାମନ୍ତ୍ରୀ କିରେନ୍ ରିଜିଜୁଙ୍କ ସମେତ ବହୁ କ୍ରୀଡ଼ାବିତ ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । କ୍ୟାନସର ସହ ଗତବର୍ଷ କରୋନାରେ ବି ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ । କରୋନାକୁ ବି ସେ ହରାଇଥିଲେ । କିନ୍ତୁ କ୍ୟାନସରକୁ ଜିତି ପାରିଲେ ନାହିଁ । ଡିଙ୍ଗକୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.