fbpx

ପରମବୀରଙ୍କ ଯାଚିକାକୁ ଖାରଜ କଲେ ସୁପ୍ରିମ କୋର୍ଟ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ବହୁ ମାମଲାରେ ଅଭିଯୁକ୍ତ ଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହଙ୍କୁ ସୁପ୍ରିମକୋର୍ଟରୁ ମିଳିନି ଆଶ୍ୱସ୍ତି । ଆଇପିଏସ ଅଧିକାରୀ ସିଂହ ନିଜ ବିରୋଧରେ ଯାଞ୍ଚର ସମସ୍ତ ମାମଲାକୁ ମହାରଷ୍ଟ୍ର ବାହାରେ କୌଣସି ସ୍ୱତନ୍ତ୍ର ଏଜେନ୍ସିକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ତେବେ ପରମବିର ସିଂହଙ୍କ ଏହି ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ସିଧାସଳଖ ଭାବରେ ମନା କରିଦେଇଛନ୍ତି । ଏତିକି ନୁହେଁ ସୁପ୍ରିମ କୋର୍ଟ ପରମବୀର ସିଂହଙ୍କୁ ଭର୍ତ୍ସନା ମଧ୍ୟ କରିଛନ୍ତି ଏବଂ କହିଛନ୍ତି ଯେ “ଆପଣ ନିଜେ ପୋଲିସରେ ଅଛନ୍ତି ଏବଂ ଆପଣଙ୍କୁ ହିଁ ପୋଲିସ ଉପରେ ଭରସା ନାହିଁ । ଯାହର ଘର କାଚରେ ତିଆର ସେ ଅନ୍ୟର ଘରକୁ ପଥର ଫିଙ୍ଗନ୍ତି ନାହିଁ ।”

ପରମବୀର ସିଂହ ୧୯୮୮ ବ୍ୟାଚର ଆଇପିଏସ ଅଫିସର । ତାଙ୍କୁ ମାର୍ଚ୍ଚ ୧୭ରେ ମୁମ୍ବାଇ ପୋଲିସ କମିଶନର ପଦରୁ ହଯାଯାଇ ମହାରାଷ୍ଟ୍ର ରାଜ୍ୟ ହୋମ ଗାର୍ଡ ଜେନେରାଲ କମାଣ୍ଡର ନିଯୁକ୍ତ କରାଯାଇଥିଲା । ତେବେ ଏହି ବଦଳି କୁ ନେଇ ସେ ରାଜ୍ୟର ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ ର ବରିଷ୍ଠ ନେତା ଅନିଲ ଦେଶମୁଖଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.